ବେଙ୍ଗାଲୁର: ଆଇପିଏଲ ୨୦୨୫ରେ ପ୍ରଥମ ୨ଟି ମ୍ୟାଚ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଥିଲା । ତେବେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଦଳ ପ୍ରଥମ ପରାଜୟବରଣ କରିଛି । ଘରୋଇ ପିଚରେ ପ୍ରଥମ ମ୍ୟାଚ ହାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି ମ୍ୟାଚ ଅବସରରେ ଆଘାତପ୍ରାପ୍ତ ହୋଇଥିଲେ । ଫିଲ୍ଡିଂ ଅବସରରେ ତାଙ୍କ ଆଙ୍ଗୁଳିରେ ବଲ ବାଜିଛି । ଆରସିବି ତାର ପରବର୍ତୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ । ଏହି ମ୍ୟାଚରେ କୋହଲି ଖେଳିବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି ।
ମ୍ୟାଚର ୧୨ତମ ଓଭରରେ କୃଣାଳ ପାଣ୍ଡ୍ୟା ବୋଲିଂ କରୁଥିବା ବେଳେ ସାଈ ସୁଦର୍ଶନ ଶଟ ମାରିଥିଲେ । ଡିପ ମିଡୱିକେଟରେ ଜଗିଥିବା କୋହଲି ଏହି ଶଟକୁ ଠିକ ଭାବରେ ଅଟକାଇ ନ ପାରିବାରୁ ଏହା ତାଙ୍କ ଆଙ୍ଗୁଳିରେ ବାଜ ୪ ହୋଇଥିଲା । ଅବଶ୍ୟ କୋହଲି ମ୍ୟାଚ ଶେଷ ପର୍ଯ୍ୟନ୍ତ ଫିଲ୍ଡିଂ ଜାରୀ ରଖିଥିଲେ । କୋହଲିଙ୍କ ଆଘାତ କେତେ ଗୁରୁତର ସେ ସମ୍ପର୍କରେ କୋଚ ଆଣ୍ଡି ଫ୍ଲାୱାର ବୟାନ ଦେଇଛନ୍ତି । ଏହା ଗମ୍ଭୀର ନୁହେଁ ଏବଂ କୋହଲି ମୁମ୍ବାଇ ବିପକ୍ଷ ମ୍ୟାଚରେ ଖେଳିବେ । ଏପ୍ରିଲ ୭ରେ ଏହି ମ୍ୟାଚ ଖେଳାଯିବ । ଆରସିବି ୩ଟି ମ୍ୟାଚରେ ୨ଟି ବିଜୟ ହାସଲ କରି ଏବେ ପଂଏଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି ।
Comments are closed.