Latest Odisha News

BREAKING NEWS

‘ବିଗ୍ ବସ୍-୧୬’ ହୋଷ୍ଟ କରିବା ପାଇଁ ୧୦୦୦ କୋଟି ନେଉଛନ୍ତି କି ସଲମାନ ଖାନ?

ମୁମ୍ବାଇ: ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ ‘ବିଗ୍ ବସ୍’ର ୧୬ ତମ ସିଜନ୍ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ସଲମାନ ଖାନ ଶୋ’ ପାଇଁ କେତେ ଟଙ୍କା ନେଉଛନ୍ତି ସେ ବିଷୟରେ ଜୋରସୋର ଆଲୋଚନା ଚାଲିଛି। କୁହାଯାଉଛି ଯେ ସଲମାନ ଏହି ସିଜିନ ପାଇଁ ୧୦୦୦ କୋଟି ଟଙ୍କା ନେଉଛନ୍ତି। ଏହି ଖବର ଉପରେ ସଲମାନ ଖାନ ନିଜେ ପ୍ରତିକ୍ରିୟା ରଖିଛନ୍ତି।

‘ବିଗ୍ ବସ୍ ୧୬’ ଅକ୍ଟୋବର ୧ ରୁ ଆରମ୍ଭ ହେବାକୁ ଯାଉଛି। ନିର୍ମାତାମାନେ ଶୋ’କୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ କ୍ରମାଗତ ଭାବରେ ଅପଡେଟ୍ ଦେଉଛନ୍ତି। ସେପ୍ଟେମ୍ବର ୨୭ ରେ, ଶୋ’ର ହୋଷ୍ଟ ସଲମାନ ଖାନ ଏକ ସାମ୍ବାଦିକ ସମ୍ମିଳନୀ କରି ଶୋ’ର ଅନ୍ୟତମ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ଏହି ସମୟରେ ସଲମାନ ତାଙ୍କ ଫି’ ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ମୋ ଫି’ ସମ୍ପର୍କରେ ଯେଉଁ ଆଲୋଚନା ଚାଲିଛି ତାହା ଗୁଜବ।

ସଲମାନ ଖାନ ୧୦୦୦ କୋଟି ଟଙ୍କା ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ସେ ଏହି ଟଙ୍କାର ଏକ ଚତୁର୍ଥାଂଶ ମଧ୍ୟ ପାଉ ନାହାଁନ୍ତି। ସଲମାନ ଆହୁରୀ ମଧ୍ୟ କହିଛନ୍ତି ଯେ ଏଭଳି ଗୁଜବ ଖବର ଯୋଗୁଁ ତାଙ୍କୁ ଇଡି ଏବଂ ଆଇଟି ବିଭାଗରୁ ଅନେକ ଥର ନୋଟିସ୍ ପଠାଯାଏ। କିନ୍ତୁ ଯେତେବେଳେ ସେ ସେମାନଙ୍କ ସହ ସାକ୍ଷାତ କରନ୍ତି ଏବଂ ତାଙ୍କ ସମସ୍ତ ଆକାଉଣ୍ଟ ତଦନ୍ତ କରନ୍ତି ସେତେବେଳେ ଉକ୍ତ ସମସ୍ତ ବିଭାଗ ଏହି ଖବର କେବଳ ଗୁଜବ ବୋଲି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଲମାନ ଖାନ ଶୋ’ର ପ୍ରଥମ ଅଂଶଗ୍ରହଣକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ହେଉଛନ୍ତି କଜାକିସ୍ତାନର ଅବଦୁ ରୋଜିକ୍। ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଏବଂ ପରେ ସଲମାନ ଖାନଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସଲମାନ ଖାନଙ୍କ ଏହି ଇଭେଣ୍ଟ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟ କାହାକୁ କୁହାଯାଇ ନଥିଲା। ଯେଉଁଥିପାଇଁ ମିଡିଆକୁ ଏହାର ସମୟ ଜାଣିବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା।

ସୂଚନା ଥାଉକି, ଏହି ସିଜିନରେ ଟିନା ଦତ୍ତା, ଗୌତମ ଭିଗ୍, ଶାଲିନ୍ ଭନୋଟ, ଶିବ ଠାକରେ, ଶିବିନ ନାରଙ୍ଗ, ସୁମ୍ବୁଲ ତୌକୀର, ମାନ୍ୟା ସିଂହ, ସୌନ୍ଦର୍ଯ୍ୟ ଶର୍ମା ଏବଂ ନିମ୍ରୁତ କୌର ଅହଲୁୱାଲିଆ ଯୋଗ ଦେବାକୁ ଯାଉଛନ୍ତି। କିନ୍ତୁ ପ୍ରିମିୟର୍ ସମୟରେ ଜଣା ପଡିବ ଯେ ବିଗ୍ ବସ୍ ଘରେ ପ୍ରକୃତରେ କିଏ କିଏ ପ୍ରବେଶ କରିଛନ୍ତି।

Leave A Reply

Your email address will not be published.