ନୂଆଦିଲ୍ଲୀ: ହଲିଉଡରୁ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ୱିଲ ସ୍ମିଥ ଏବଂ ଜେଡା ପିଂକେଟ ପରସ୍ପରକୁ ଛାଡପତ୍ର ଦେବା ପାଇଁ ଚିନ୍ତା କରୁଛନ୍ତି ବୋଲି ଦି ନ୍ୟୁଜ ଇଂଟରନ୍ୟାଶନାଲର ଖବର ପ୍ରକାଶ ପାଇଛି । ଓସ୍କାର ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଚାପୁଡା କାଣ୍ଡ ଯୋଗୁ ଏହି ତିକ୍ତତା ବୃଦ୍ଧି ପାଇଥିଲା । ପୂର୍ବରୁ ଅବଶ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଖରାପ ହେବାରେ ଲାଗିଥିଲା ।
ଏବେ ସ୍ମିଥ ଓ ଜେଡାଙ୍କ ମଧ୍ୟରେ କଥାବାର୍ତା ବନ୍ଦ ହୋଇଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଯଦି ଉଭୟ ଅଲଗା ହୁଅନ୍ତି ତାହାହେଲେ ସ୍ମିଥଙ୍କୁ ପ୍ରଚୁର କ୍ଷତି ସହିବାକୁ ପଡିବ । କାଲିଫର୍ଣ୍ଣିଆ ନିୟମ ଅନୁସାରେ ସ୍ମିଥଙ୍କୁ ୩୫୦ ମିଲିୟନ ସମ୍ପତିର ଅଧା ପତ୍ନୀଙ୍କୁ ଦେବାକୁ ପଡିବ । ତେବେ ଏହି ଖବରର ସତ୍ୟତା କେତେ ତାହା ସମୟ କହିବ ।
Comments are closed.