ନୂଆଦିଲ୍ଲୀ:ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଭାରତ-କାନାଡା ସମ୍ପର୍କ ଉପରେ କରାଯାଇଥିବା ପଶ୍ନର ଉତ୍ତର ଦେଇ କହିଛନ୍ତି ଯଦି କାନାଡାରେ ଆମ କୁଟନୀତିଜ୍ଞଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଗତିର ସୂଚନା ଦେଖିବୁ ତେବେ ଆମେ ଏଠାରେ ଭିସା ଜାରି କରିବା ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ଚାହିଁବୁ। ବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି, କାନାଡା ରାଜନୈତିକ ଦ୍ୱାରା ଆମ ମାମଲାରେ ଲଗାତାର ହସ୍ତକ୍ଷେପ କାରଣରୁ ଆମେ ସମାନତାର କଥା ଉଠାଇଥିଲୁ ।
ବିଦେଶ ମନ୍ତ୍ରୀ ଜୟଶଙ୍କର ଭରତ-କାନାଡା ସମ୍ପର୍କ ଉପରେ କହିଥିଲେ, ସମ୍ପର୍କ ଆହୁରି କଠିନ ପରିସ୍ଥିତି ଦେଇ ଗତି କରୁଛି । ଆମର ସମସ୍ୟା କାନାଡା ରାଜନୀତିର କିଛି ଇସ୍ୟୁକୁ ନେଇ । ସେ ଏକଥା ବି କହିଛନ୍ତି, ଯଦି କାନାଡାରେ ଆମ କୁଟନୀତିଜ୍ଞଙ୍କ ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଦେଖିବୁ ତେବେ ଏଠାରେ ଆମେ ଭିସା ଜାରି କରିବା ଆରମ୍ଭ କରିବାକୁ ଚାହିଁବୁ ।
ଏଠି କହିରଖିବୁ, ଚଳିତବର୍ଷ ଜୁନରେ ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟା କରାଯାଇଥିଲା । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତମାସରେ ଏହି ମାମଲାରେ ଭାରତୀୟ ଏଜେଣ୍ଟଙ୍କର ହାତ ଥିବା ସନ୍ଦେହ କରିଥିଲେ । ଏହା ପରେ ଭାରତ-କାନାଡା ସମ୍ପର୍କ ଲଗାତାର ବିଗିଡିବାରେ ଲାଗିଛି ।
ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗର କିଛି ଦିନ ପରେ ଭାରତ କାନାଡା ନାଗରିକଙ୍କ ଭିସା ଜାରି କରିବା ଅସ୍ଥାୟୀ ଭାବେ ବନ୍ଦ ରଖିଥିଲା । ଏଥିସହିତ ଅଟାବାକୁ ଭାରତରେ ନିଜ କୁଟନୀତିଜ୍ଞଙ୍କ ଉପସ୍ଥିତି କମ କରିବାକୁ କହିଥିଲା ।
କାନାଡା ପ୍ରଥମେ ତାର ୪୧ କୁଟନୀତିଜ୍ଞଙ୍କୁ ଭାରତରୁ ଫେରାଇ ନେଇଥିଲା । କାନାଡାର ବିଦେଶମନ୍ତ୍ରୀ ମେଲାନୀ ଜୋଲି ଗୁରୁବାର ଭାରତରୁ ରାଜନୈତିକ ଫେରାଇ ଆଣିବା ପ୍ରସଙ୍ଗ ଘୋଷଣଶ କରି ନୂଆଦିଲ୍ଲୀରଏପରି ପଦକ୍ଷେପ ଅନ୍ତରାଷ୍ଟ୍ରୀୟ ଆଇନର ବୀପରିତ ବୋଲି ଅଭଯୋଗ କରିଥିଲା । ତେବେ ଭାରତ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲା ।
Comments are closed.