ଦୁବାଇ:ଆଇସିସି ମୁକାବିଲାରେ ଭାରତକୁ ନ୍ୟୁଜିଲାଣ୍ଡ ସର୍ବଦା ଅସୁବିଧାରେ ପକାଇଛି । ୧୯୮୮ ପରଠାରୁ ଆନ୍ତର୍ଜାତୀୟ କ୍ରିକେଟର କୌଣସି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ହରାଇ ପାରି ନାହିଁ । ୧୯୮୮ରେ ଭାରତ ଶେଷ ଥର ନ୍ୟୁଜିଲାଣ୍ଡକୁ ଶାରଜା କପ ଫାଇନାଲରେ ପରାସ୍ତ କରିଥିଲା । ଏହା ପରେ କ୍ରମାଗତ ୩ଟି ଫାଇନାଲରେ ଭାରତ ପରାଜିତ ହୋଇଛି । ୨୦୦୦ ଚାମ୍ପିୟନ୍ସ ଟ୍ରଫି, ୨୦୦୬ ଭିିଡିଓକନ ତ୍ରିରାଷ୍ଟ୍ରୀୟ ସିରିଜ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପରାଜିତ ହୋଇଛି ।
ଯଦି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲରେ ଭାରତ ବିଜୟ ହାସଲ କରେ ତେବେ ଏହି ପ୍ରତୀକ୍ଷାର ଅନ୍ତ ଘଟିବ । ଅପରପକ୍ଷରେ ୧୨ ବର୍ଷ ପରେ ଭାରତ ପୂନର୍ବାର ଚାମ୍ପିୟନ୍ସ ଟ୍ରଫି ଟାଇଟଲଠାରୁ ଗୋଟିଏ ପାଦ ଦୂରରେ ରହିଛି । ଆଇସିସି ଟୁର୍ଣ୍ଣାମେଂଟରେ ନ୍ୟୁଜିଲାଣ୍ଡର ଭାରତ ବିପକ୍ଷରେ ବିଜୟ ରେକର୍ଡ ୧୦-୬ ରହିଛି । ଆଇସିସି ନକଆଉଟ ପର୍ୟ୍ୟାୟରେ ଭାରତ ବିପକ୍ଷରେ ୪ରୁ ୩ରେ ବିଜୟୀ ହୋଇଛି । ଭାରତ ଅବଶ୍ୟ ଦୁବାଇରେ ଏ ପର୍ୟ୍ୟନ୍ତ ଦିନିକିଆ କ୍ରିକେଟ ମୁକାବିଲାରେ ହାରି ନ ଥିବାରୁ ଦଳର ମନୋବଳ ଉଚ୍ଚରେ ରହିଛି ।
ଚଳିତ ସଂସ୍କରଣରେ ଭାରତ ତାର ସମସ୍ତ ମ୍ୟାଚ ଏଠାରେ ଖେଳିଥିବାରୁ ନିଶ୍ଚିତ ଭାବେ କିଛି ମାତ୍ରାରେ ଫାଇଦାରେ ରହିବ । ଏହି ସ୍ପିନ ଯୁଦ୍ଧରେ ନ୍ୟୁଜିଲାଣ୍ଡ ପଛରେ ରହିନି । ଯେଉଁ ଦଳ ସମସ୍ତ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିବା ସହ ଚାପକୁ ନିୟନ୍ତ୍ରଣରେ ରଖିପାରିବେ ସେହି ଦଳ ବିଜୟ ହାସଲ କରିବ ।
Comments are closed.