ଓଡ଼ିଶା ସମ୍ବାଦ ବ୍ୟୁରୋ: ଏବେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାଇବାକୁ ହେଲେ ସ୍ଥାନୀୟ ସାଂସଦଙ୍କ କୋଟା ରହିବ କି ନାହିଁ ? କାରଣ କେନ୍ଦ୍ର ସରକାର ଏବେ ଏପରି ଆଡମିଶନ ଉପରେ ସ୍ଥଗିତା ଦେଶ ଲଗାଇଛନ୍ତି। ତେଣୁ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ କଥା କହିଛନ୍ତି । ଏହା ପୂର୍ବରୁ କିଛି ସଂଗଠନ ତତ୍କାଳୀନ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଭେଟି କୋଟା ବ୍ୟବସ୍ଥାକୁ ରଦ୍ଦ କରିବାକୁ ଦାବି କରିଥିଲେ ।
ବିଜେପି- କଂଗ୍ରେସ-ବିଜେଡିର ମତ
ଏହାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି ଟିଭି ବିତର୍କରେ । କିଛି ସାଂସଦ ଏହି ନିଷ୍ପତ୍ତିରେ ଖୁସି ଥିବାବେଳେ କେତେକ ଏହାକୁ ପ୍ରତ୍ୟାହାର ନକରି ଏହି କୋଟା ବୃଦ୍ଧି କରାଯିବା ଉଚିତ ବୋଲି କହିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କରୋନା ସମୟରେ ଅନାଥ ହୋଇଥିବା ପିଲାମାନଙ୍କୁ ଆଡମିଶନରେ ପ୍ରାଥମିକତା ଦିଆଯାଉଥିବା ବେଳେ କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯେ ଗରିବ ଏବଂ ଅଭାବୀ ଛାତ୍ରମାନେ ଏହି କୋଟାରୁ ଆଡମିଶନ ପାଇବେ। ଗରିବ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେମାନେ ଘରୋଇ ବିଦ୍ୟାଳୟରେ ପଢାଇବାକୁ ସକ୍ଷମ ନୁହନ୍ତି। ବିଜେପି ସରକାର ଗରିବ ଛାତ୍ରଛାତ୍ରୀଙ୍କ ଅଧିକାର ଛଡ଼ାଇ କୋଟା ବୃଦ୍ଧି କରିବା ପରିବର୍ତ୍ତେ ଏହି କୋଟାକୁ ରଦ୍ଦ କରିଦେଇଛନ୍ତି, ଆମ ସରକାର କ୍ଷମତାକୁ ଆସିଲେ ଏହି କୋଟା ବ୍ୟବସ୍ଥାକୁ ପୁନଃ ଆଣିବ। ସେହିପରି ବିଜେଡି ନେତା ତଥା ସାଂସଦ ମୁନା ଖାଁ କହିଛନ୍ତି, ପ୍ରତି ସାଂସଦଙ୍କ ପାଇଁ କୋଟା ସଂଖ୍ୟା ୧୦ଟି ସିଟ୍ କରିବା ପରିବର୍ତ୍ତେ ୫୦ କରିବାକୁ ଦାବି କରିଛନ୍ତି।
କୋଟାରେ ଆଡମିଶନ ପ୍ରକ୍ରିୟା କ’ଣ ଥିଲା?
ଗତବର୍ଷ ଯାଏ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ପ୍ରତ୍ୟେକ ସାଂସଦଙ୍କ ପାଇଁ ୧୦ ଟି ସିଟ୍ ସଂରକ୍ଷିତ ରହିଥିଲା । ଅର୍ଥାତ ପ୍ରତ୍ୟେକ ସାଂସଦ ତାଙ୍କ ଅଞ୍ଚଳରେ କେଭି ସ୍କୁଲରେ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ନିଜ କୋଟାରୁ ନାମ ଲେଖାଇ ପାରିବେ। ଏଥିପାଇଁ ଲୋକସଭା ସାଂସଦ କିମ୍ବା ରାଜ୍ୟସଭା ସାଂସଦଙ୍କୁ କୁପନ୍ ଜାରି କରାଯାଇଥିବାବେଳେ ଶିକ୍ଷା ମନ୍ତ୍ରୀଙ୍କ ପାଇଁ ଏହି କୋଟା ୪୫୦ ଟିସିଟ୍ ଥିଲା । କିନ୍ତୁ ଏବେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ସମସ୍ତ କୋଟାକୁ ସ୍ଥଗିତ ରଖାଯାଇଛି।
ସାଂସଦଙ୍କ କୋଟାରୁ କିଏ ଉପକୃତ ହେଉଥିଲେ?
କହିବାକୁ ଗଲେ ସାଂସଦମାନେ କହିଛନ୍ତି ଯେ ଏହି କୋଟାରୁ ଗରିବ ଏବଂ ଅଭାବୀ ଛାତ୍ରମାନେ ଭର୍ତ୍ତି ହୋଇଛନ୍ତି। ଗରିବ ଛାତ୍ର କିମ୍ବା ଅଭାବୀ ଛାତ୍ରମାନେ ସାଂସଦଙ୍କ ନିକଟକୁ ଆସି ନିଜର ନାମ ଲେଖାଉଥିଲେ। କିନ୍ତୁ ଏହା ପ୍ରକୃତରେ ସତ କି? ଅନେକ ସମୟରେ ଅଭିଯୋଗ ଉଠେ ଯେଉଁମାନେ ସାଂସଦଙ୍କ ପରିବାରର ନିକଟତର ଥିଲେ କିମ୍ବା ସାଂସଙ୍କ ସହ ପରିଚିତ ଥିଲେ ସେହିମାନଙ୍କ ନାମଲେଖା ଏଠାରେ ହେଉଥିଲା । ଏମିତିକି ସିଟ୍ ପାଇଁ କିଛି ସ୍ଥାନରେ ହାତଗୁଞ୍ଜା ଦେବାକୁ ପଡେ ବୋଲି ଚର୍ଚ୍ଚା ହୁଏ । କାରଣ ଜଣେ ଛାତ୍ରଙ୍କ ପାଇଁ କେନ୍ଦ୍ର ବିଦ୍ୟାଳୟରେ ଆଡମିଶନ କରିବା ସହଜ ନୁହେଁ ଏବଂ ସେଠାରେ ଭଲ ପାଠପଢା ସହିତ ସ୍କଲ ଫି ମଧ୍ୟ ବହୁତ କମ୍ ।
କଂଗ୍ରେସ ମଧ୍ୟ ଏହି କୋଟା ବ୍ୟବସ୍ଥାକୁ ରଦ୍ଦ କରିଛି
୨୦୧୦ରେ ଉପା ସରକାରର ଦ୍ୱିତୀୟ ପାଳିରେ ଏଚଆରଡି ମନ୍ତ୍ରୀ ଥିବା କପିଲ ସିବଲ ସାଂସଦ ତଥା ଶିକ୍ଷା ମନ୍ତ୍ରୀ କୋଟା ବ୍ୟବସ୍ଥା ଉଚ୍ଛେଦ କରିଥିଲେ । ହେଲେ ଏହାକୁ ନେଇ ସେତେବେଳେ ପ୍ରବଳ ବିରୋଧ କରାଯାଇଥିଲା । ପରେ କପିଲ ସିବଲ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ । ସିବଲ ସାଂସଦଙ୍କ କୋଟାକୁ ପୁନଃ ସ୍ଥାପିତ କରିଥିଲେ, କିନ୍ତୁ ଶିକ୍ଷା ମନ୍ତ୍ରୀଙ୍କ କୋଟା ପୁନଃ ସ୍ଥାପନ କରିନଥିଲେ। ଏହାପରେ ଯେତେବେଳେ ୨୦୧୪ରେ ଏନଡିଏ ସରକାରରେ ଏଚଆରଡି ମନ୍ତ୍ରୀ ସ୍ମୃତି ଇରାନୀ ହୋଇଥିଲେ ସେ ଶିକ୍ଷା ମନ୍ତ୍ରୀଙ୍କ କୋଟାକୁ ପୁନଃସ୍ଥାପିତ କରିଥିଲେ।
Comments are closed.