Latest Odisha News

BREAKING NEWS

ରୌପ୍ୟ ପଦକ ପାଇବେ କି ଭିନେଶ

ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ? ଏବେ ଏହି ପ୍ରଶ୍ନ ସମସ୍ତ ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ଘୁରି ବୁଲୁଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ୍ସା ଆଶ୍ରୟ ନେଇଥିଲେ । କୋର୍ଟ ଏବେ ତାଙ୍କ ଆବେଦନ ଗ୍ରହଣ କରିଛନ୍ତି । ଏବେ ସମ୍ପୂର୍ଣ୍ଣ ଲଢ଼େଇ ସ୍ୱର୍ଣ୍ଣରୁ ହଟି ରୌପ୍ୟ ପଦକ ଉପରେ ରହିଛି । ଖେଳ ସମ୍ପର୍କୀତ ନିରପେକ୍ଷ ତଦନ୍ତ ପାଇଁ ଏହାର ଗଠନ ହୋଇଛି । ୮୭ ଦେଶର ୩୦୦ ଏକ୍ସପର୍ଟସ ଏଥିପାଇଁ ନିୟୋଜିତ ହୋଇଛନ୍ତି ।

ଭିନେଶଙ୍କ ଲଢ଼େଇ ଏବେ ଭାରତର ପ୍ରତିଷ୍ଠିତ ଆଇନଜୀବୀ ହରୀଶ ସାଲଭେଙ୍କ ସମେତ ୪ଜଣ ଓକିଲ ଲଢ଼ିବେ । ଭିନେଶ ଫାଇନାଲ ବ୍ୟତୀତ ଅନ୍ୟ ମୁକାବିଲାରେ ସମ୍ପୂର୍ଣ୍ଣ ନିୟମରେ ଖେଳିଛନ୍ତି । ତାଙ୍କୁ ସଂଯୁକ୍ତ ଭାବେ ରୌପ୍ୟ ପଦକ ପ୍ରଦାନ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏହି ନିଷ୍ପତି ଆସିବା ପାଇଁ ବେଶ କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି ।

Comments are closed.