ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଥିବା ଖବର ପ୍ରକାଶ ପାଇଛି । ବିସିସିଆଇ ତାଙ୍କୁ ପୂନର୍ବାର ବିଚାର କରିବା ପାଇଁ କହିଛି । କୋହଲିଙ୍କ ମନ ବଦଳୁଛି କି ନାହିଁ ତାହା ଖୁବ ଶୀଘ୍ର ଜଣାପଡିଯିବ । ଏହା ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦୦୭ ପରେ ଅବସର ନେବା ପାଇଁ ମନ ବଳାଇ ସାରିଥିଲେ । ୱେଷ୍ଟଇଣ୍ଡିଜରେ ଖେଳା ଯାଇଥିବା ଦିନିକିଆ ବିଶ୍ୱକପରେ ଭାରତ ଖରାପ ପ୍ରଦର୍ଶନ କରିଥିଲା । ଏହା ପରେ ସଚିନ କ୍ରିକେଟଠାରୁ ଦୂରେଇ ରହିବା ପାଇଁ ଚିନ୍ତା କରିଥିଲେ ।
ସେ ସମୟରେ ତାଙ୍କ ଭାଇ କହିଥିଲେ ୨୦୧୧ରେ ମୁମ୍ବାଇରେ ବିଶ୍ୱକପ ଫାଇନାଲ ଖେଳାଯିବ । ତୁମେ ଟ୍ରଫି ହାତରେ ଧରିବାକୁ ଚାହିଁବନି । ଏହା ପରେ ଭିଭିଆନ ରିଚାର୍ଡସ ମଧ୍ୟ ସଚିନଙ୍କୁ କ୍ରିକେଟ ଖେଳିବା ଜାରୀ ରଖିବା ପାଇଁ କହିଥିଲେ । ଶେଷରେ ତାଙ୍କ ମନ ପରିବର୍ତନ ହୋଇଥିଲା ଏବଂ ସେ ୨୦୧୩ ପର୍ଯ୍ୟନ୍ତ ଖେଳିବା ଜାରୀ ରଖିଥିଲେ । ଭାରତ ୨୦୧୧ ବିଶ୍ୱକପ ଜିତିଥିଲା ଏବଂ ସଚିନ ଟ୍ରଫିର ଆନନ୍ଦ ଉଠାଇ ପାରିଥିଲେ । ଏବେ କୋହଲିଙ୍କ ନିକଟକୁ ମଧ୍ୟ ଫୋନ କଲ ଆସିବା ଆରମ୍ଭ ହୋଇଛି । ଦେଖାଯାଉ କୋହଲିଙ୍କ ମନ ବଦଳୁଛି କି ନାହିଁ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଆଗାମୀ ଦିିନିକିଆ ବିଶ୍ୱକପ ଖେଳିବା ପାଇଁ କୋହଲିଙ୍କୁ ତାଙ୍କ ସମର୍ଥକମାନେ କହିଛନ୍ତି ।
Comments are closed.