Latest Odisha News

BREAKING NEWS

ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଲେ ୱିଲିୟମସନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର କେନ ୱିଲିୟମସନ ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ୨୦୨୬ ଟି୨୦ ବିଶ୍ୱକପ ଆଉ ୪ ମାସ ଥିବା ବେଳେ ତାଙ୍କର ଏହି ନିଷ୍ପତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୱିଲିୟମସନ ଦିିନିକିଆ ଓ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ୯୩ଟି୨୦ ମ୍ୟାଚରେ ୨୫୭୫ ରନ ସଂଗ୍ରହ କରିଛନ୍ତି । ସେ ନ୍ୟୁଜିଲାଣ୍ଡର ସର୍ବାଧିକ ରନ ସ୍କୋରର ଭାବେ ଏହି ଫର୍ମାଟକୁ ଅଲବିଦା କହିଛନ୍ତି ।

ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ୨୦୧୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୨୦୨୧ରେ ରନର୍ସଅପ ହୋଇଥିଲା । ୱିଲିୟମସନଙ୍କ ସ୍ଥାନରେ ମିଚେଲ ସାଂଟେନର ଦଳର ନେତୃତ୍ୱ ନେବେ । ସେ ଟି୨୦ ଫ୍ରାଚାଂଇଜ ଲିଗ ଖେଳିବା ଜାରୀ ରଖିବେ ବୋଲି କହିଛନ୍ତି । ଆଇପିଏଲର ଲକ୍ଷ୍ନୌ ସୁପର ଜ୍ୟାଂଟସ ଟିମର ସେ ଷ୍ଟ୍ରାଟେଜିକ ଆଡଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ।

Comments are closed.