ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ଅଧିନାୟକ କେନ ୱିଲିୟମସନ ଏବେ ବି ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ୱିଲିୟମସନ ଖେଳିବେ ନାହିଁ ବୋଲି ନ୍ୟୁଜିଲାଣ୍ଡ ପକ୍ଷରୁ କୁହାଯାଇଛି । ତେବେ ସେ ୱାର୍ମ ଅପ ମ୍ୟାଚରେ ଖେଳିବେ ବୋଲି କୋଚ ଗ୍ୟାରୀ ଷ୍ଟିଡ କହିଛନ୍ତି । ନ୍ୟୁଜିଲାଣ୍ଡ ଶୁକ୍ରବାର ପାକିସ୍ତାନ ଓ ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱାର୍ମ ଅପ ମ୍ୟାଚ ଖେଳିବ ।
ଆଇପିଏଲ ୨୦୨୩ ଅବସରରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ସେ ବାଉଣ୍ଡରୀ ଲାଇନ ଉପରେ କ୍ୟାଚ ନେବାକୁ ଉଦ୍ୟମ କରି ଆଘାତପ୍ରାପ୍ତ ହୋଇଥିଲେ । ୱିଲିୟମସନ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିଲେ । ଏହାପରେ ଚଳିତ ବର୍ଷ ଏପ୍ରିଲରେ ତାଙ୍କ ସର୍ଜରୀ ହୋଇଥିଲା । ଏହି ସିନିୟର ବ୍ୟାଟ୍ସମ୍ୟାନ ଜଣଙ୍କ ନ୍ୟୁଜିଲାଣ୍ଡ ୧୬୪ ମ୍ୟାଚରେ ୬୫୫୪ ରନ କରିଛନ୍ତି ।
Comments are closed.