Latest Odisha News

ଅଧିନାୟକ ପଦ, ସେଂଟ୍ରାଲ କଂଟ୍ରାକ୍ଟରୁ ଓହରିଲେ କେନ ୱିଲିୟମସନ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ସୁପର ଏଇଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଏବେ କେନ ୱିଲିୟମସନ ଅଧିନାୟକ ପଦ ଓ ସେଂଟ୍ରାଲ କଂଟ୍ରାକ୍ଟରୁ ଓହରି ଯାଇଛନ୍ତି । ସେ ୩ଟି ଯାକ ଫର୍ମାଟରେ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଗାମୀ ସମର ସିଜନରେ ସେ ବିଦେଶୀ ଲିଗରେ ଖେଳିବାକୁ ଚାହୁଁଛନ୍ତି । ସେଥିପାଇଁ ସେଂଟ୍ରାଲ କଂଟ୍ରାକ୍ଟରୁ ଓହରିଲି ବୋଲି ସ୍ପଷ୍ଟ କରିଛନ୍ତି । ନ୍ୟୁଜିଲାଣ୍ଡ ଗତ ୩ଟି ଟି୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୨୦୨୧ ଦିନିକିଆ ବିଶ୍ୱକପ ଫାଇନାଲକୁ ଉନ୍ନୀତ ହୋଇଥିଲା । ତେବେ ଦଳ ଏ ପର୍ଯ୍ୟନ୍ତ ଟାଇଟଲ ହାସଲ କରିବାରେ ସଫଳ ହୋଇନି ।

ୱିଲିୟମସନ ୪୦ ଟେଷ୍ଟରେ ଦଳର ନେତୃତ୍ୱ ନେଇଛନ୍ତି । ଏଥିରେ ଦଳ ୨୨ ଥର ବିଜୟ ହାସଲ କରିଥିବା ବେଳେ ୧୦ ଥର ପରାଜିତ ହୋଇଛି । ସେହିପରି ଟି୨୦ରେ ତାଙ୍କ ନେତୃତ୍ୱରେ ଦଳ ୭୫ ମୁକାବିଲାରୁ ୩୯ ବିଜୟ ଓ ୩୪ ପରାଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଡ୍ର ରହିଛି । ଦିନିକିଆରେ ୯୧ ମୁକାବିଲାରୁ ନ୍ୟୁଜିଲାଣ୍ଡ ୪୬ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪୦ରେ ପରାଜିତ ହୋଇଛି ।

Comments are closed.