Latest Odisha News

BREAKING NEWS

ଚଳିତ ବର୍ଷ ୱିମ୍ବେଲଡନ ବାତିଲ: ବୀମା ସତ୍ୱେ ୧୪୫୦ କୋଟି କ୍ଷତି

ଲଣ୍ଡନ: କରୋନା ମହାମାରୀ ଯୋଗୁ ୨୦୨୦ରେ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଅୟୋଜିତ ହେବ ନାହିଁ । ୨୯ ଜୁନରୁ ଏହା ଆରମ୍ଭ ହେବାକୁ ଥିଲା । ଏବେ ଆଗାମୀ ବର୍ଷ ୨୮ ଜୁନରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି । ବୀମା କରିବା ସତ୍ୱେ ଆୟୋଜକଙ୍କ ୧୪୫୦ କୋଟି ଟଙ୍କା କ୍ଷତି ହେବ ବୋଲି ଆକଳନ କରାଯାଇଛି ।

ବୀମା କରାଯାଇ ନ ଥିଲେ ୨୪୦୦ କୋଟି କ୍ଷତି ହୋଇଥାନ୍ତା । ପ୍ରତ୍ୟେକ ବର୍ଷ ଆୟୋଜକ ବୀମା କମ୍ପାନୀକୁ ୧୫ କୋଟି ଟଙ୍କା ଦେଉଛି । ୨୦୦୩ରେ ପଲିସି ଅପଡେଟ କରାଯାଇଥିଲା । ୧୪୪ ବର୍ଷ ୱିମ୍ବେଲଡନ ଇତିହାସରେ ଏହା ପୂର୍ବରୁ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇ ନ ଥିଲା ।

Leave A Reply

Your email address will not be published.