Latest Odisha News

BREAKING NEWS

ଏଏଆଇ ଦ୍ୱାରା ‘ଏୟାର ଓଡିଶା’ର ଉଡାଣ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର : ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଉଡାନ୍ ଯୋଜନାରେ ଏୟାର ଓଡ଼ିଶାର ଲାଇସେନ୍ସକୁ ବାତିଲ୍ କରିଛନ୍ତି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବୈଷୟିକ ତ୍ରୁଟି ତଥା ବିଭିନ୍ନ ଆଳ ଦେଖାଇ ଏୟାର ଓଡ଼ିଶା ନିୟମିତ ବିମାନ ଉଡ଼ାଣ ନ କରିବାରୁ ଏଏଆଇ ଏହି ନିଷ୍ପତ୍ତି ନେଇଛି । ଏକ ପତ୍ର ମାଧ୍ୟମରେ ଉଡାନ୍ ଲାଇସେନ୍ସ ରଦ୍ଦ ନେଇ ନଭେମ୍ବର ୧୯ ତାରିଖରେ ଘରୋଇ କମ୍ପାନୀକୁ ସୂଚନା ଦିଆଯାଇଥିଲା ।

ଅନ୍ୟପକ୍ଷରେ ଏୟାର ଓଡ଼ିଶାର ସମସ୍ତ ପୂର୍ବାଞ୍ଚଳ ଉଡ଼ାଣକୁ ବାତିଲ୍ କରାଯାଇଥିବା ବେଳେ ଏୟାର ଓଡିଶା ବିମାନ ଉଡାନ୍ ଯୋଜନାରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ବିମାନ ଉଡ଼ାଣ କରିପାରିବନି। ଏଥିସହିତ ଭୁବନେଶ୍ୱରରୁ ରାୟପୁର ଏବଂ ରାୟପୁରରୁ ଜଗଦଲପୁରକୁ ବିମାନ ଉଡ଼ାଣ ଏବେ ବନ୍ଦ ହୋଇଯାଇଛି।

ଏୟାର ଓଡ଼ିଶା ଏହି ୪ଟି ରାଜ୍ୟରେ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ପାଇଥିଲେ ମଧ୍ୟ ଉଡାନ୍ ଯୋଜନାରେ ୫ମାସ ମଧ୍ୟରେ ମାତ୍ର ୩୦% ବିମାନ ଉଡ଼ାଣ କରିଥିବା ଯୋଗୁଁ ଏଏଆଇ ଏଭଳି ପଦକ୍ଷେପ ନେଇଛି ।

ଆହୁରି ମଧ୍ୟ ଏହି ଘଟଣା ପରେ ନବନିର୍ମିତ ଝାରସୁଗୁଡା ବିମାନ ବନ୍ଦରର ଭାଗ୍ୟ ତଥା ନିୟମିତ ବିମାନ ଚଳାଚଳକୁ ନେଇ ଏକ ପ୍ରକାର ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.