Latest Odisha News

୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର

ଷ୍ଟକହୋମ୍ : ରୟାଲ ସ୍ୱିଡିଶ ଏକାଡେମୀ ପକ୍ଷରୁ ୨୦୨୩ ପାଇଁ ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ୩ ଜଣ ବୈଜ୍ଞାନିକଙ୍କ ନାଁ ମନୋନୀତ କରାଯାଇଛି । ସେମାନେ ହେଲେ ପିୟରି ଆଗୋଷ୍ଟିନି , ଫେରେନ୍ସ କ୍ରୁଜ୍ ଏବଂ ଆନେ ଏଲ୍ ହୁଇଲିୟର । ପଦାର୍ଥ ବିଜ୍ଞାନରେ ସେମାନଙ୍କ ପରୀକ୍ଷାମୂଳକ ପ୍ରୟୋଗ ପାଇଁ ଏମାନଙ୍କୁ ନୋବେଲ ଦିଆଯାଉଛି।

ଗତକାଲି ମେଡିସିନ କ୍ଷେତ୍ର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା ।  ଚଳିତବର୍ଷ କାଟାଲିନ୍ କାରିକୋ ଓ ଡ୍ରିୱ ୱାଇଜମ୍ୟାନଙ୍କୁ ଏହି ପୁରସ୍କାର ମିଳିବ  । କୋଭିଡ୍-୧୯ ଭାକ୍ସିନ୍ ବିକାଶ ପାଇଁ  ଏହି ଦୁଇ ବୈଜ୍ଞାନିକ ଗବେଷଣା କରିଥିଲେ  । ଯାହା ସଫଳ ହୋଇଥିଲା  । ଯେଉଁଥିଲାଗି ଉଭୟଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଆସନ୍ତାକାଲି ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ ବିଭାଗ ପାଇଁ ପୁରସ୍କାର ଘୋଷଣା ହେବ । ଅକ୍ଟୋବର ୯ ତାରିଖରେ ଅର୍ଥନୀତିରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବାର ସୂଚନା ରହିଛି   ।

 

Comments are closed.