Latest Odisha News

BREAKING NEWS

ରାଜ୍ୟରେ ଆଜିଠୁ ବଢିବ ଶୀତ, ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ବଢିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁଁ ଆଜିଠାରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁର ପ୍ରବାହ ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଆଜିଠୁ ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ବିଭାଗ ।

ଜାନୁଆରିର ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତ ପ୍ରକୋପ ବଢିବା ସହ ଘନ କୁହୁଡି ଦେଖାଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ତାପମାତ୍ରା କମିବ। ପରେ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି। ସେପଟେ ଆଜି ରାତିରେ ଫୁଲବାଣୀ ଓ କୋରାପୁଟରେ ପାରଦ ସବୁଠୁ କମ୍‌ ରହିବ ବୋଲି କହିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଘନ କୁହୁଡି ନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାନିପାଗ ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୪ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସି ଆସିପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ ।

Comments are closed.