ଭୁବନେଶ୍ଵର: ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତି ବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏଫ ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ । ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ ।
ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ । ବର୍ଷର ଏହି ସବୁଠାରୁ ଛୋଟ ଦିନକୁ ୱିଣ୍ଟର ସୋଲଷ୍ଟିକ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ବୈଜ୍ଞାନିକ କାରଣ ରହିଛି । ୱିଣ୍ଟର ସୋଲଷ୍ଟିକ ଏକ ଲାଟିନ୍ ଶଦ୍ଦ । ଯାହାର ଅର୍ଥ ହେଉଛି ସୂର୍ଯ୍ୟ ଅସ୍ତ ହେବା । ପୃଥିବୀ ନିଜର କକ୍ଷ ପଥରେ ଘୂର୍ଣ୍ଣନ କରିବା ସହ ସୂର୍ଯ୍ୟ ଆଡକୁ ଗତି କରିଥାଏ । ତେବେ ଏହି ପ୍ରରିପେକ୍ଷୀରେ ପୃଥିବୀର ଏକ ଭାଗ ଯାହା ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିଥାଏ, ଯାହାକୁ ସୋଲଷ୍ଟିକ ଶଦ୍ଦରେ ଯୋଡାଯାଇଥାଏ ।
ଆଜି ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ଛୋଟ । ଅର୍ଥାତ୍ ଆଜିର ଦିନରେ ସୂର୍ଯ୍ୟ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଖୁବ୍ କମ ସମୟ ପାଇଁ ନଜର ଆସିବ । ସେହିଭଳି ଦକ୍ଷିଣ ଗୋଲାର୍ଦ୍ଧରେ ଆଜି ସୂର୍ଯ୍ୟ ଅଧିକ ସମୟ ଧରି ରହିବ । ଏଭଳି ପରିସ୍ଥିତିରେ ଦକ୍ଷିଣ ଗୋଲାର୍ଦ୍ଧରେ ଆସୁଥିବା ଦେଶ ତଥା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଆଜିଠାରୁ ଗ୍ରଷ୍ମପ୍ରବାହ ଆରମ୍ଭ ହେଉଛି।
ତେବେ ୱିଣ୍ଟର ସୋଲଷ୍ଟିକ ଭଳି ସମର ସୋଲଷ୍ଟିକ ବି ରହିଛି । ଅର୍ଥାତ୍ ବର୍ଷର ସବୁଠୁ ଲମ୍ବା ତଥା ବଡ ଦିନ । ଏହି ଦିନରେ ରାତି ସବୁଠାରୁ ଛୋଟ ହୋଇଥାଏ । ୨୦ରୁ ୨୩ ଜୁନ ମଧ୍ୟରେ କୌଣସି ବି ଦିନରେ ଏହି ଦିନଟି ପଡିଥାଏ । ଆଉ ଗୋଟିଏ ସମୟ ଏଭଳି ବି ଆସିଥାଏ କି ଯେଉଁଥିରେ ଦିନରାତି ଉଭୟ ସମାନ ରହିଥାନ୍ତି । ତେବେ ଏହି ବେଳା ଗୋଟିଏ କିମ୍ବା ଦୁଇଦିନ ନହୋଇ ବରଂ ମାର୍ଚ୍ଚ ୨୧ ତାରିଖରୁ ୨୩ ସେପ୍ଟେମ୍ବର ମଧ୍ୟରେ ପଡେ, ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ଆକାଶରେ ପ୍ରାୟ ସମାନ ସମୟ ପାଇଁ ନଜର ଆସନ୍ତି ।
ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧିରେ ଧିରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବ ହୁଏ। ମାର୍ଚ୍ଚରେ ବସନ୍ତର ଆଗମନକୁ ସୂଚାଇଥାଏ। ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷ ସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।