Latest Odisha News

ଯାହା ସହ ଦିନେ ଖେଲୁଥିଲି, ଆଜି ମୁଁ ତାଙ୍କ କୋଚ୍: ଦୀପକ ମଙ୍ଗରାଜ

ଜମ୍ମୁ : ଓଡ଼ିଶା କ୍ରିକେଟ କିଛି ଏମିତି ଖେଳାଳିଙ୍କୁ ଆଗକୁ ଆଣିଛି, ଯେଉଁମାନେ ବର୍ଷ ବର୍ଷ ଧରି ଆଗକୁ ବଢ଼ିବା ସହ ନିଜ ନାମକୁ ଲୋକପ୍ରିୟ କରିପାରିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ଲୋକପ୍ରିୟ ଖେଳାଳି ତଥା କୋଚ୍ ଦୀପକ ମଙ୍ଗରାଜ ।  ଖେଳିବା ଦିନରୁ ନେଇ କୋଚିଂ କ୍ୟାରିୟର ପର୍ଯ୍ୟନ୍ତ, ଦୀପକ ଖେଳ ଜଗତରେ ଜଣେ ସଚ୍ଚୋଟ ଖେଳାଳି ରହିବା ସହ ଯୁବ ଖେଳାଳିଙ୍କ ପାଇଁ ସର୍ବଦା ପ୍ରେରଣା ପାଲଟିଛନ୍ତି । ବର୍ତ୍ତମାନ ଦୀପକ କୋଣାର୍କ ସୂର୍ୟାସ୍ ଓଡ଼ିଶା ଦଳରେ ଆସିଷ୍ଟାଣ୍ଟ ବୋଲିଂ କୋଚ ଭାବରେ କଠିନ ପରିଶ୍ରମ କରୁଛନ୍ତି। ଦୀପକ ମଙ୍ଗରାଜଙ୍କ ସହ କଥାବାର୍ତ୍ତାରେ, ଆମେ ଜାଣିବାକୁ ପାଇଲୁ ଯେ ସେ ନିଜକୁ ଖେଳ ସହିତ କିପରି ଜଡିତ ରଖୁଛନ୍ତି ଏବଂ କେଏସଓ ସହିତ ଜଡିତ ହବାର ସୁଯୋଗ ତାଙ୍କୁ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ କିପରି ସାହାଯ୍ୟ କରିବ।

କିଛି ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଇଲେ: ଯେତେବେଳେ କଥା ଆସେ ଅବସରପ୍ରାପ୍ତ ଖେଳାଳିଙ୍କ ଲିଗ୍ ବିଷୟରେ, ସେତେବେଳେ ଏହା ଏକ ସାଧାରଣ କଥା ଯେ ଟିମ୍ ର କୋଚ୍ ଜଣଙ୍କ ଟିମ୍ ର ଖେଳାଳି ମାନଙ୍କ ସହ ଆଗରୁ ଖେଳି ସାରିଛନ୍ତି । ଦୀପକ ଦଳ ସହ ଏଭଳି ମୁହୂର୍ତ୍ତ ମଧ୍ୟ ଅନୁଭବ କରୁଛନ୍ତି । ସେ କହିଛନ୍ତି, “ମୁଁ ଆଗରୁ ଏନସିଏରେ ଦଳର କିଛି ଖେଳାଳିଙ୍କ ସହ ସମୟ ଅତିବାହିତ କରିସାରିଛି । ମୁଁ ଇରଫାନ୍ ପଠାନଙ୍କ ସହିତ ଏମଆରଏଫ୍ ପେସ୍ ଫାଉଣ୍ଡେସନରେ ମଧ୍ୟ ଥିଲି । ଦଳର ଏକ ଅଂଶ ହେବା ଏବଂ ସେହି ଖେଳାଳୀମାନଙ୍କ କୋଚ୍ ହେବା ମୋ ପାଇଁ ଏକ ବହୁତ୍ ବଡ କଥା ।”

ସେ ଏ କଥା ମଧ୍ୟ କହିଲେ ଯେ, ‘‘ମୁଁ ଗତ ୫ ବର୍ଷ ଧରି ଜଣେ ପେସାଦାର କୋଚ୍ ଭାବରେ କାମ କରୁଛି । ମୁଁ ଓଡ଼ିଶାର ରଣଜୀ ଟ୍ରଫି ଦଳର ବୋଲିଂ କୋଚ୍ ଏବଂ ରାଜ୍ୟର U-23 ଦଳର କୋଚ୍ ମଧ୍ୟ ରହିଛି । ଏହି ବର୍ଷ ମୁଁ ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ଦଳର କୋଚ୍ ହେବାର ସୁଯୋଗ ପାଇଛି । ଏହି ସୁଯୋଗ ମତେ ଅଧିକ କିଛି ଶିଖିବାକୁ ଏବଂ ମୋର କୋଚିଂ କ୍ୟାରିୟରରେ ଆଗକୁ ବଢ଼ିବାକୁ ଉତ୍ସାହିତ କରୁଛି ।’’

ନ୍ୟାସନାଲ୍ ଲିଗ୍‌ରେ ଓଡ଼ିଶାର ନାମ;ଯାହା ବି ହେଉ, ବର୍ତ୍ତମାନ ରାଜ୍ୟରେ ଥିବା କ୍ରିକେଟ ପ୍ରେମୀ ପାଇଁ ଏହା ଖୁସିର ସମୟ ।  ଓଡିଶା ନାମରେ ଏବେ କ୍ରିକେଟ୍ ଦଳ ଆସିଯାଇଛି । ଦୀପକ ଏହି ପଦକ୍ଷେପକୁ ମଧ୍ୟ ଅତ୍ୟନ୍ତ ପ୍ରଶଂସା କରିଛନ୍ତି । ସେ କହିଲେ, “ପ୍ରଥମଥର ପାଇଁ ନ୍ୟାସନାଲ୍ କ୍ରିକେଟ୍ ଲିଗରେ ଏକ ଦଳର ନାମ ଓଡ଼ିଶା ନାମରେ ରଖାଯାଇଛି । ଏହା ରାଜ୍ୟରେ ଖେଳକୁ ଆଗକୁ ନେବାରେ ସାହାଯ୍ୟ କରିବ ଏବଂ ଖେଳାଳିଙ୍କୁ ଉତ୍ସାହିତ କରିବ । ଏହା କେବଳ ରାଜ୍ୟରେ ଖେଳର ବିକାଶ କରିବନି ବରଂ ଓଡ଼ିଶାରେ କ୍ରିକେଟ୍ ପାଇଁ ଏକ ବଡ଼ ଧାରଣର ପ୍ରଶଂସକ ମଧ୍ୟ ସୃଷ୍ଟି କରିବ।” “ଏହି ପଦକ୍ଷେପ ପାଇଁ ମୁଁ ଆସୋଟେକ୍ ଗ୍ରୁପର ମାଲିକଙ୍କୁ ଧନ୍ୟବାଦ ଦେବି             । ଏହା ମଧ୍ୟ ପ୍ରଶଂସା ଯୋଗ୍ୟ ଯେ ସେମାନେ ଦଳର ନାମ ଓଡ଼ିଶା ନାମରେ ନାମିତ କରିଛନ୍ତି, ”ବୋଲି ଦୀପକ କହିଲେ।

ଯୁବ ଖେଳାଳିଙ୍କ ପାଇଁ ସୁଯୋଗ;କେଏସଓ ନେଟ୍ ପ୍ରାକ୍ଟିସ୍ ପାଇଁ ରାଜ୍ୟର କିଛି ଦକ୍ଷ ଯୁବ ଖେଳାଳିଙ୍କୁ ଡାକିଥିଲା । ସେମାନେ ଦଳର କେତେକ ଟପ୍ ଲେଭଲର ଖେଳାଳିଙ୍କ ସହିତ ପ୍ରାକ୍ଟିସ୍ ମଧ୍ୟ କରିଥିଲେ । ଏହା ତାଙ୍କ ଆତ୍ମବିଶ୍ୱାସ ବଢେଇବାରେ ସାହାଯ୍ୟ କରିବ ଯାହା ତାଙ୍କୁ ଖେଳରେ ଆଗକୁ ବଝିବାରେ ସାହାଯ୍ୟ ବି କରିବ । ସେ କହିଲେ, ‘‘ଖେଳାଳିଙ୍କ ସହ ପ୍ରାକ୍ଟିସ ସମୟରେ ନେଟ୍ ବୋଲର ଭାବରେ କାମ କରିବାକୁ ଟିମ୍ ମ୍ୟାନେଜମେଣ୍ଟ ଦ୍ୱାରା କେତେକ ଯୁବ ଖେଳାଳିଙ୍କୁ ମଧ୍ୟ ଡକାଯାଇଥିଲା । ୟୁସୁଫ ପଠାନ ଏବଂ ଅମ୍ବାତି ରାୟୁଡୁଙ୍କ ଭଳି ଖେଳାଳିଙ୍କ ସହିତ ପ୍ରାକ୍ଟିସ୍ କରିବା ଓ କଥାବାର୍ତ୍ତା କରିବା, ସେମାନଙ୍କ କୌଶଳକୁ ଆହୁରି ଦୃଢ଼ କରିବାର ସୁଯୋଗ ଦେଇଛି । ସେହିପରି ନଟରାଜ ବେହେରାଙ୍କୁ ଖେଳାଳି ଭାବରେ ଦଳର ଅଂଶ ହେବାର ସୁଯୋଗ ମିଳିଛି ।’’

 ମୋ ପାଇଁ କମ୍ ସମୟ ଓ ଖେଳାଳିଙ୍କ ପାଇଁ ଅଧିକ;କ୍ରିକେଟ୍ କେବଳ ଖେଳ ନୁହେଁ, ଏହା ଏକ ଭାବନା । ଏପରିକି ଯେଉଁ ଖେଳାଳିମାନେ ଅବସର ନେଇଛନ୍ତି, ସେମାନେ ପୁଣି ଥରେ ପଡ଼ିଆକୁ ଓହ୍ଲାଇ ପୁଣିଥରେ ନିଜ ଖେଳ ଧେଇବାର ଇଛା ରଖନ୍ତି ।  ଯେତେବେଳେ ଲିଗ୍‌ରେ ଖେଳାଳି ଭାବରେ ଅଂଶ ଗ୍ରହଣ କରିବାକୁ ଇଚ୍ଛା ବିଷୟରେ ପ୍ରଶ୍ନ ପଚରାଗଲା, ସେତେବେଳେ ଦୀପକ ଏକ ମଜାଦାର ଉତ୍ତର ଦେଇଥିଲେ। ସେ କହିଲେ, “ମୁଁ ଏବେ ବି କ୍ଲବ ଟୁର୍ନାମେଣ୍ଟ ଖେଳୁଛି। ମୁଁ ନିଜକୁ ଫିଟ୍ ରଖିବା ପାଇଁ ଏକ ନିୟମିତ ରୁଟିନ୍ ମଧ୍ୟ ଅନୁସରଣକରେ । ଟ୍ରେନିଂ ହେଉ କିମ୍ବା ଖେଳିବା ହେଉ, ମୁଁ କୌଣସି ଭାବେ ଦିନସାରା କ୍ରିକେଟ୍ ସହିତ ଜଡିତ ରହିବାକୁ ଭଲପାଏ । କିନ୍ତୁ ପରିଶେଷରେ, ମୁଁ ବର୍ତ୍ତମାନ ଜଣେ କୋଚ୍ । ମୁଁ ମୋର ନିଜ ଅଭ୍ୟାସ ପାଇଁ କମ୍ ସମୟ ଦେଇ ଅଧିକ ସମୟ ଖେଳାଳିଙ୍କୁ ଟ୍ରେନିଙ୍ଗ ଦବାରେ ଲଗାଏ ।”

ଶିକ୍ଷା ଏକ ପ୍ରକ୍ରିୟା;ଶିଖିବା ପାଇଁ କୌଣସି ସୀମା ନାହିଁ। ଜଣେ କୋଚ୍ ଭାବରେ ଦୀପକ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରୁ ଶିଖିବାରେ ସର୍ବଦା ବିଶ୍ୱାସ ରଖନ୍ତି,ଯାହା ଯୁବ ଖେଳାଳିମାନଙ୍କୁ ମାର୍ଗଦର୍ଶନ କରିବା ସମୟରେ କାମରେ ଆସିଥାଏ । ଶେଷରେ ସେ କହିଛନ୍ତି, “କେବଳ କ୍ରିକେଟ୍ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ, ପ୍ରତିଦିନ ଆମେ କିଛି ନୂଆ ଶିଖାବାକୁ ପାଉ| ମୁଁ ନିଜେ ମଧ୍ୟ ପ୍ରତିଦିନ ଏଠାରେ କିଛି ନୂଆ ଶିଖୁଛି। ଏଠି ପଡ଼ିଆରେ ଭିତରେ ଏବଂ ପଡ଼ିଆ ବାହାରେ ଖେଳାଳିଙ୍କ ଦୃଷ୍ଟିକୋଣ କଣ ରହିଥାଏ, ସେ ବିଷୟରେ ମୁଁ କିଛି ନୂଆ କଥା ଶିଖିବାକୁ ପାଉଛି ।’’

Leave A Reply

Your email address will not be published.