Latest Odisha News

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର

ଝାରସୁଗୁଡା: ବଡ ଖବର । ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢିଛି ।

ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦ ପାଖରେ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲେ ମନୁ ପ୍ରସାଦ । ବାଇକ୍‌ରେ ଯିବା ବେଳେ ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲେ ମନୁ । ଗରୁତର ଅବସ୍ଥାରେ ମନୁକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ କରିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଏଯାବତ ସ୍ପଷ୍ଟ ହୋଇନି ।

ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଏବେ ତନାଘନା କରୁଛି ସିବିଆଇ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ପରେ ହସ୍ପିଟାଲ୍‌, ବିମାନବନ୍ଦର, ଓ କ୍ରାଇମ୍‌ସ୍ପଟ୍‌କୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି । ସାନି ତଦନ୍ତ ଆରମ୍ଭ ପରେ ମୋଟ ୧୨ ଜଣଙ୍କ ବୟାନ ରେକର୍ଡ କଲାଣି କ୍ରାଇମ୍‌ବ୍ରାଞ୍ଚ । ଆଉ ଏହାରି ଭିତରେ ସାକ୍ଷୀ ମନୁ ପ୍ରସାଦର ଦୁର୍ଘଟଣା ମାମଲାକୁ ଅନ୍ୟ ଦିଗକୁ ନେବାର ଆଶଙ୍କା କରାଯାଉଛି । ତେବେ ଏହା ବସ୍ତବରେ ସାଧାରଣ ଦୁର୍ଘଟଣା ନା ଆଉ କିଛି ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

Comments are closed.