Latest Odisha News

BREAKING NEWS

ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ ନାଟକ; ପ୍ରେମିକଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ଜଣେ ମହିଳା ନିଜ ଭାଇଠାରୁ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ନିଜେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ସ୍ମୃତି ରେଖା ପାଣି ନାମକ ଏହି ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ଅପହରଣ ଯୋଜନା କରିଥିଲେ। ମହିଳା ଜଣକ ତାଙ୍କ ପ୍ରେମିକ ଏବଂ ତାଙ୍କ ସହଯୋଗୀଙ୍କ ସହ ମିଶି ତାଙ୍କ ଭାଇଠାରୁ ୧ କୋଟି ଟଙ୍କା ଆଦାୟ କରିବାକୁ ଅପହରଣ କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ପ୍ରଦୀପ ଓଲା ଓ ଦେବୀଲାଲ। ଉଭୟ ରାଜସ୍ଥାନର ବୋଲି ଜଣାପଡ଼ିଛି।

ସ୍ମୃତି ରେଖା ଅପହରଣ ହୋଇଥିବା ନେଇ ତାଙ୍କ ଭାଇକୁ ଫୋନ୍ ଆସିଥିଲା। ଏହାପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ନୟାଗଡ଼ରୁ ଉଦ୍ଧାର କରିଛି। ଗିରଫ ପରେ ଅଭିଯୁକ୍ତମାନେ ନିଜର ଅପରାଧ ସ୍ୱୀକାର କରିଛନ୍ତି।

କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ସ୍ମୃତି ରେଖା ଇନଷ୍ଟାଗ୍ରାମରେ ପ୍ରଦୀପଙ୍କ ସହ ବନ୍ଧୁତା କରିଥିଲେ। ଖୁବଶୀଘ୍ର ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ପ୍ରଦୀପ ଓ ସ୍ମୃତି ତାଙ୍କ ଭାଇଙ୍କଠାରୁ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ। ଏହାପରେ ଫେରାର ହୋଇଯିବା ପାଇଁ ଅପହରଣ ଯୋଜନା କରିଥିଲେ ବୋଲି ପୋଲିସ କହିଛି।

ଏକ କାର, ୩ଟି ମୋବାଇଲ୍ ଫୋନ୍, ଇଣ୍ଟରନେଟ୍ ଡଙ୍ଗଲ, ଗୋଟିଏ ଏଟିଏମ୍ କାର୍ଡ, ଚେକ୍ ବୁକ୍ ଓ ଗୋଟିଏ ଲାପଟପ୍ ଜବତ କରାଯାଇଛି ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି।

ପୋଲିସ କହିଛି, ଅପହରଣକାରୀମାନେ ସ୍ମୃତି ରେଖାଙ୍କ ଭାଇଙ୍କୁ ଫୋନ ଜରିଆରେ ଧମକ ଦେଇ ୧ କୋଟି ଟଙ୍କା ମାଗିଥିଲେ। ପରେ ମହିଳାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସର ଏକାଧିକ ଟିମ୍ ଓ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା।  ଏହି ନାଟକ ରଚିବା ପାଇଁ ଅଭିଯୁକ୍ତମାନେ ରାଜସ୍ଥାନରୁ ଏକ କାର୍ ଆଣିଥିଲେ ଯେଉଁଥିରେ ସେମାନେ ପୂରା ଷଡଯନ୍ତ୍ରର ନାଟକ ରଚିଥିଲେ।

Leave A Reply

Your email address will not be published.