Latest Odisha News

BREAKING NEWS

୫୨ ବର୍ଷ ବୟସରେ ମାଆ ହେଲେ ମହିଳା, ପିଲାଙ୍କର ଜେଜେମା ବୋଲି ଭାବନ୍ତି ଲୋକେ

ଇଂଲଣ୍ଡ: କଥାରେ ଅଛିି ପ୍ରେମ ଅନ୍ଧ । ଅନେକ ଲୋକ ଜୀବନର ଏପରି ଅବସ୍ଥାରେ ପ୍ରେମ କରି ବସନ୍ତି, ଯେତେବେଳେ ସେମାନେ ଏହା ଆଶା କରନ୍ତି ନାହିଁ । ସେହିଭଳି ଇଂଲଣ୍ଡର ଜଣେ ମହିଳାଙ୍କ ସହ ଏପରି ଘଟିଛି । ଯେଉଁଥିପାଇଁ ସେ ୫୨ ବର୍ଷରେ ବି ମାଆ ହୋଇଛନ୍ତି ।

ପଶ୍ଚିମ ୟର୍କଶାୟାର ବାସିନ୍ଦା ୫୬ ବର୍ଷିୟା ଅମାଣ୍ଡା ଫୋ ରାଇଲ୍ୟାଣ୍ଡ । ୨୦୦୦ ମସିହାରେ ଅମାଣ୍ଡା କିଟ୍ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । କିଟ୍ ତାଙ୍କଠାରୁ ୨୩ ବର୍ଷ ବଡ ଥିଲେ । ଅମାଣ୍ଡା ଜଣେ ହାଇପୋଥେରାପିଷ୍ଟ । କାର୍ଯ୍ୟ ସମୟରେ ସାରା ନାମକ ଜଣେ ଯୁବକଙ୍କ ସହ ପରିଚିତ ହୁଅନ୍ତି । ପରେ ସାରା, କିଟ୍ ଓ ଆମଣ୍ଡାଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢିଉଠେ । ୨୦୧୪ ମସିହାରେ କିଟ୍ କର୍କଟ ରୋଗରେ ଆକ୍ରାନ୍ତ ହେଲେ । ୬ ମାସ ପରେ କିଟ୍‌ଙ୍କ ମୃତ୍ୟୁ ହୋଇଗଲା । ମୃତ୍ୟୁ ପୂର୍ବରୁ କିଟ୍ ଆମଣ୍ଡାଙ୍କ କଷ୍ଟ ସମୟରେ ତାଙ୍କ ସହିତ ରହିବାକୁ ସାରାଙ୍କୁ ଅନୁରୋଧ କରିଥିଲେ । ପରେ ସାରା ଅମାଣ୍ଡାଙ୍କ ଯତ୍ନ ନେବା ପାଇଁ ତାଙ୍କ ପାଖରେ ରହିଗଲେ ।

ପରେ ଦୁଇ ଜଣ ଉଭୟଙ୍କୁ ଭଲ ପାଇ ବସିଲେ । ସେମାନେ ପର୍ତ୍ତୁଗାଲ ଯାଇ ସେଠାରେ ଅବସ୍ଥାପିତ ହେଲେ । ଉଭୟ ଏବେ ସେଠାରେ ରହୁଛନ୍ତି । ୨୦୧୬ ମସିହାରେ ଅମାଣ୍ଡା ଏବଂ ସାରା ବିବାହ କଲେ । ମାଆ ହେବାକୁ ଅମାଣ୍ଡା ବହୁତ ଆଗ୍ରହୀ ଥିଲେ । କିନ୍ତୁ ସେ କିଟ୍‌ଙ୍କଠାରୁ ସେହି ସୁଖ ପାଇ ନ ଥିଲେ । କିନ୍ତୁ ସାରାଙ୍କ ସହ ରହୁଥିବାବେଳେ ସେ ଆଇଭିଏଫ୍ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବାକୁ ଯୋଜନା କଲେ । ସେହି ପଦ୍ଧତିରେ ୨୦୧୯ ମସିହାରେ ଅମାଣ୍ଡା ୫୨ ବର୍ଷ ବୟସରେ ଯାଆଁଳା ସନ୍ତାନର ମାଆ ହେଲେ । ନିଜ ପିଲାଙ୍କୁ ନେଇ ସାରା ଓ ଅମାଣ୍ଡା ଖୁସି ଥିଲେ ମଧ୍ୟ ଲୋକମାନେ ଅମାଣ୍ଡାଙ୍କୁ ପିଲାମାନଙ୍କର ଜେଜେମା ବୋଲି ସମ୍ବୋଧନ କରନ୍ତି । ସେ ନିଜ ଆବଶ୍ୟକତା ପାଇଁ ପିଲାମାନଙ୍କୁ ଜନ୍ମ ଦେଇଛନ୍ତି ବୋଲି ଲୋକେ ଥଟ୍ଟା କରନ୍ତି ।

Comments are closed.