ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନାର ଜଣେ ମହିଳା ପୋଲିସ୍ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମାଶଙ୍କର ଦାଶ ଗୁରୁବାର କହିଛନ୍ତି ଯେ ନିକଟ ଅତୀତରେ ଏହି ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗିରଫ ହୋଇଥିବା ଜଣେ ଅପରାଧୀଙ୍କ ସଂସ୍ପର୍ଶରେ ଆସିଥିଲେ। । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଏସଆଇଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ହୋମ୍ କ୍ବାରେନଣ୍ଟାଇନକୁ ପଠାଯାଇଥିବା ମହିଳା ଏଏସଆଇଙ୍କର କ୍ବାରେନଣ୍ଟାଇନ ଅବଧିରେ କୋଭିଡ ପରୀକ୍ଷା ହୋଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି।
ଏହାପୂର୍ବରୁ ବ୍ରହ୍ମଗିରି ଥାନାର ଆଉ କିଛି ପୋଲିସ ଅଧିକାରୀଙ୍କୁ ସମାନ ମାମଲାରେ କ୍ବାରେନଣ୍ଟାଇନରେ ରଖାଯାଇଥିଲା।
Comments are closed.