Latest Odisha News

BREAKING NEWS

ନଖରେ ବିଚିତ୍ର କଳାକୃତି କରୁଛନ୍ତି ମହିଳା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନେଲ୍‌ ପେଣ୍ଟ୍‌ ଏକ ସୃଜନଶୀଳତା ସହିତ ଜଡିତ। ବର୍ତ୍ତମାନ ସମୟରେ ମହିଳାମାନେ ବିଭିନ୍ନ ପ୍ରକାରର ନେଲ୍‌ ପେଣ୍ଟ୍‌ କରୁଥିବାର ଦେଖିବ‌ାକୁ ମିଳୁଛି। ତେବେ ସେମିତି ଜଣେ ମହିଳା ତାଙ୍କ ନଖରେ ନିଆରା କଳାକୃତି କରୁଥିବା ଭିଡିଓ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି। ଏହି ମହିଳା ଜଣକ ଗ୍ରୀନ୍‌ ଓନିଅନ୍‌ ବା ପିଆଜ ଶଣ୍ଢାରେ ନିଜ ନଖର ସଜଉଥିବା ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓଟି ଇନଷ୍ଟାଗ୍ରାମରେ ନାଦିଆ ଇଲିସମ ନାମକ ଏକ ପୃଷ୍ଠାରେ ସେୟାର କରାଯାଇଥିଲା। ଗ୍ରୀନ୍‌ ଓନିଅନ୍‌ କିମ୍ବା ସ୍ପ୍ରିଙ୍ଗ୍‌ ଓନିଅନ୍‌ ବ୍ୟବହାର କରି ନିଜ ନଖକୁ ନୂଆ ରୂପ ଦେଉଥିବା ଦେଖିବାକୁ ମିଳିଛି।

ଭିଡିଓରେ, ମହିଳା ଜଣକ ନିଜକୁ ‘କ୍ରେଜି ନେଲ ବ୍ଲଗର୍’ ବୋଲି କହୁଥିବା ନଜର ଆସିଛନ୍ତି।
ଏହି ଭିଡିଓଟିକୁ ୭୦,୦୦୦ ରୁ ଅଧିକ ଭ୍ୟୁ ଏବଂ ୫୦୦୦ ରୁ ଅଧିକ ଲାଇକ୍ ମିଳିସାରିଛି।

 

Leave A Reply

Your email address will not be published.