Latest Odisha News

BREAKING NEWS

ପ୍ରବସୀଙ୍କୁ ନେଇ ଓଡିଶା ଆସୁଥିବା ଟ୍ରେନରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର: ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସୁଥିବା ଏକ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଟ୍ରେନଟି ପ୍ରବସୀଙ୍କୁ ନେଇ ବିଶାଖାପାଟଣାରୁ ବଲାଙ୍ଗୀର ଆସିଥିଲା । ଫେରିବା ବାଟରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତ ମହିଳାଙ୍କ ଘର କୋରାପୁଟ ବୈପାରୀଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି।

ବଲାଙ୍ଗୀର ରେଳ ଷ୍ଟେସନରେ ପହଞ୍ଚିବା ପରେ ଜିଆରପି ପୋଲିସ ଟ୍ରେନ୍‌ରୁ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଛାତି ଯନ୍ତ୍ରଣାରୁ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ସଂପର୍କୀୟ ମାନେ ସୂଚନା ଦେଇଛନ୍ତି ।

Comments are closed.