Latest Odisha News

ଇନଷ୍ଟାଗ୍ରାମ ବନ୍ଧୁ ଠକି ନେଲେ ୧.୪୬ ଲକ୍ଷ ଟଙ୍କା

ଗୁରୁଗ୍ରାମ: ସୋସିଆଲ ମିଡିଆ ପ୍ଲାଟଫର୍ମରେ ବନ୍ଧୁତା କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡିଛି। ଉକ୍ତ ମହିଳା ଜଣକ ୧.୪୬ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ପୋଲିସର ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଇନଷ୍ଟାଗ୍ରାମରେ ଜଣେ ବ୍ଯକ୍ତିଙ୍କ ସହ ବନ୍ଧୁତା କରିଥିଲେ। ସେହି ବ୍ୟକ୍ତି ୟୁରୋପରେ ରହୁଥିବା କହିବା ସହ ହିନ୍ଦୀ ଶିଖିବାକୁ ଚାହୁଁଥିଲେ ବୋଲି ତାଙ୍କୁ କହିଥିଲେ।

କିଛି ଦିନ ପୂର୍ବରୁ ବ୍ୟକ୍ତି ଜଣକ ତାଙ୍କୁ ବିଦେଶରୁ କିଛି ଉପହାର ପଠାଇବାକୁ ଚାହୁଁଥିବା କହିଥିଲେ। କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଲେ। ତଥାପି ସେ ଉପହାର ପଠାଇଥିବା ଏବଂ ଏହା ଖୁବ୍ ଶୀଘ୍ର ପହଞ୍ଚିବ ବୋଲି ସେ କହିଥିଲେ।

ଯାହାପରେ ମହିଳା ଜଣକୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ କଲ୍ ଆସିଥିଲା, ଯେଉଁଥିରେ “କାଲାଇସ୍ ଏରିକ” ନାମକ ଜଣେ ବ୍ଯକ୍ତି ଗିଫ୍ଟ ପଠାଇଥିବା କହିଥିଲେ।

 

Comments are closed.