ପାଟନା: ବିବାହ ଉତ୍ସବରେ ଗୀତ ଗାଉଥିଲେ ଗାୟିକା। ହେଲେ ହଠାତ୍ ସେ ଧରିଥିବା ମାଇକ୍ରୋଫୋନ୍ରେ କରେଣ୍ଟ ଚାର୍ଜ ହୋଇଯିବାରୁ ଘଟଣା ସ୍ଥଳରେ ଗାୟିକାଙ୍କର ମୃତ୍ୟୁ ହୋଇଛି। ବିହାର ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଏଭଳି ଦୁର୍ଘଟଣା ଘଟିଛି।
ବିବାହ ଉତ୍ସବରେ ଅନେକ ଲୋକ ଆସିଥିଲେ। ଗହଳି ଚହଳି ଲାଗିଥିଲା। ଉତ୍ସବ ଚାଲିଥିବା ବେଳେ ଗୀତ ଗାଇବାକୁ ମଞ୍ଚରେ ଚଢ଼ିଥିଲେ ଗାୟିକା ମୀନା ଦେବୀ। ମାଇକ୍ରୋଫୋନ୍ ଧରି ଗୀତ ଗାଇବା ବେଳେ ହଠାତ୍ ମାଇକ୍ରୋଫୋନ୍ରେ ବିତ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଆଉ ବିଦ୍ୟୁତ୍ ଆଘାତ ଲାଗି ଘଟଣା ସ୍ଥଳରେ ମୀନାଙ୍କର ମୃତ୍ୟୁ ହୋଇଥିଲା।
ଏହାପରେ ଉତ୍ସବରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇଯାଇଥିଲେ। ତୁରନ୍ତ ବିଦ୍ୟୁତ ସଂଯୋଗ କାଟି ଦେଇ ମୀନାଙ୍କ ହାତରୁ ମାଇକ୍ରୋଫୋନ୍ କାଢ଼ି ନିଆଯାଇଥିଲା। ହେଲେ ସତେବେଳଙ୍କୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୀତ ଗାଇଭା ବେଳେ ମାଇକ୍ରୋଫୋନ୍ରେ କରେଣ୍ଟ କେମିତି ଚାର୍ଜ ହେଲା ? ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା, କିଏ ଏହାପଛରେ ଦାୟୀ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ୍।
Comments are closed.