Latest Odisha News

BREAKING NEWS

ସ୍ୱାମୀ କରାଇଥିଲେ ଲିଙ୍ଗ ପରିବର୍ତ୍ତନ, ଆଠ ବର୍ଷ ପରେ ସତ ଜାଣିଲେ ସ୍ତ୍ରୀ

ଅହମ୍ମଦାବାଦ: ସ୍ୱାମୀଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପଡିଲା ମହଙ୍ଗା। ଦୀର୍ଘ ଆଠ ବର୍ଷ ପରେ ପତ୍ନୀ ସତ ଜାଣି ଥାନାରେ କଲେ ଅଭିଯୋଗ । ଏଭଳି ଘଟଣା ଗୁଜୁରାଟର ଭଡୋଦରାରେ ଘଟିଛି। ସୂଚନା ଅନୁଯାୟୀ, ଗୁଜୁରାଟ ଭଡୋଦରାର ଜଣେ ୪୦ ବର୍ଷିୟା ମହିଳାଙ୍କ ସ୍ୱାମୀ ପୂର୍ବରୁ ଜଣେ ମହିଳା ଥିଲେ। ୮ ବର୍ଷ ପରେ ମହିଳା ଜଣଙ୍କ ଏହି ବିଷୟରେ ଜାଣି ଗୋତ୍ରି ଥାନାରେ ଅଭିଯୋଗ କରିଛନ୍ତି।

ମହିଳାଙ୍କ ସ୍ୱାମୀ ଦିଲ୍ଲୀର ବାସିନ୍ଦା। ବର୍ତ୍ତମାନ ସେ ନିଜ ସ୍ୱାମୀ ବିରୋଧରେ ଠକେଇ ଏବଂ ଅପ୍ରାକୃତିକ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡକ୍ଟର ବିରାଜ ବର୍ଦ୍ଧନ ନାମକ ଜଣେ ବ୍ୟକ୍ତିଙ୍କର ଲିଙ୍ଗ ପରିବର୍ତ୍ତନ ଅପରେସନ୍ ହୋଇଥିଲା ଏବଂ ନିକଟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ପରିଚୟ ବିଷୟରେ ଜାଣି ପାରିଥିଲେ।

ମହିଳା ଜଣକ ନଅ ବର୍ଷ ପୂର୍ବେ ମେଟ୍ରୋମୋନିଆଲ ସାଇଟ୍ ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କ ସହ ସାକ୍ଷାତ କରି ୨୦୧୪ ମସିହାରେ ବିବାହ କରିଥିଲେ। ଏକ କାର ଦୁର୍ଘଟଣାରେ ମହିଳା ତାଙ୍କ ପୂର୍ବ ସ୍ୱାମୀଙ୍କୁ ହରାଇଥିଲେ। ତାଙ୍କର ପୂର୍ବ ବିବାହର ଗୋଟିଏ ସନ୍ତାନ ଅଛି। ଦ୍ୱିତୀୟ ବିବାହ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା ଏବଂ ଏହି ଦମ୍ପତି ମଧ୍ୟ ହନିମୁନ୍ ପାଇଁ କାଶ୍ମୀର ଯାଇଥିଲେ।

ସେପଟେ ଘଟଣା ସମ୍ପର୍କରେ ପୋଲିସ କହିଛି, “ବ୍ୟକ୍ତି ଜଣକ ବିବାହ କରିଥିଲେ ସତ କିନ୍ତୁ ସେ ତାଙ୍କ ପତ୍ନୀଙ୍କୁ ଛୁଇଁ ନଥିଲେ ଏବଂ ଅନେକ ଦିନ ଧରି ବାହାନା ଜାରି ରଖିଥିଲେ। ଯେତେବେଳେ ପତ୍ନୀ ତାଙ୍କୁ ଚାପ ପକାଇଲେ, ସେ କହିଥିଲେ ଯେ କିଛି ବର୍ଷ ପୂର୍ବେ ଋଷରେ ତାଙ୍କ ସହ ଘଟିଥିବା ଦୁର୍ଘଟଣା ତାଙ୍କୁ ଯୌନ ସମ୍ପର୍କ ରଖିବାରେ ଅସମର୍ଥ କରିଛି।”

ସାମାନ୍ୟ ଅସ୍ତ୍ରୋପଚାର ମାଧ୍ୟମରେ ଏହି ରୋଗ ଭଲ ହେବ ବୋଲି ମହିଳାଙ୍କୁ ପ୍ରତିଶୃତି ଦେଇଥିଲେ ଉକ୍ତ ବ୍ୟକ୍ତି। ୨୦୨୦ ମସିହାରେ ବ୍ୟକ୍ତି ଜଣକ ମହିଳାଙ୍କୁ କହିଥିଲେ ଯେ ସେ ମେଦବହୁଳତା ହ୍ରାସ କରିବେ ବେଲି ଭେରିଆଟ୍ରିକ୍ ସର୍ଜରୀ ପାଇଁ କୋଲକାତା ଯାଉଛନ୍ତି। ପରେ ସେ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ପୁରୁଷ ଅଙ୍ଗ ପ୍ରତିରୋପଣ ପାଇଁ ସେ ଅସ୍ତ୍ରୋପଚାର କରିଛନ୍ତି। ପୋଲିସର କହିବା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ମହିଳାଙ୍କୁ ଠକିବା ପାଇଁ ସିଲିକନରୁ ନିର୍ମିତ ପୁରୁଷ ଯୌନାଙ୍ଗ ବ୍ୟବହାର କରିଥିଲେ। ଏହାସହ ପତ୍ନୀଙ୍କୁ ଅପ୍ରାକୃତିକ ଯୌନ ଶୋଷଣ ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ମହିଳା।

Leave A Reply

Your email address will not be published.