Latest Odisha News

ପଳାସ ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁ ମହାନଦୀ ନିକଟରେ ଅଭାବନୀୟ ଘଟଣା ଘଟିଛି  । ଏକ ପଲାସ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ବାବୁପାଲି ପଞ୍ଚାୟତ ପଲସାପାଲି ଗାଁର ପ୍ରେମସିଲା ଠାଟି ବୋଲି ଜଣାପଡିଛି  । ସୂଚନା ଅନୁସାରେ ପ୍ରେମସିଲା ଗତକାଲି ଠାରୁ ଘରୁ କେଉଁଆଡେ ଚାଲିଯାଇଥିଲେ । ପରେ ପରିବାର ଲୋକେ ଚାରିଆଡ଼େ ବହୁ ଖୋଜାଖେଜି କରିବା ପରେ ବି ନିରାଶ ହୋଇଥିଲେ l ଆଜି ସକାଳେ ଅରିଗାଁ ମହାନଦୀ ନିକଟରେ ଥିବା ଏକ ପଳସା ଗଛରେ ନିଜ ଓଢନୀ ବେକରେ ଲଗାଇ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି  । ପରେ ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.