Latest Odisha News

ସ୍ୱାମୀଙ୍କ ମୃତ୍ୟୁର ୧୬ ମାସ ପରେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା; ପୁରା ଘଟଣା ଶୁଣିଲେ ଆଖି ଓଦା ହୋଇଯିବ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ୧୬ମାସ ପରେ ଆଇବିଏଫ ସହାୟତାରେ ୨ୟ ସନ୍ତାନ ଜନ୍ମ ଦେଇଛନ୍ତି ।  ଜଦସିପ ସୁମଲ ନାମ୍ନୀ ଏହି ମହିଳାଙ୍କ ସ୍ୱାମୀ ଅମନଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁର ୧୬ ମାସ ପରେ ଅର୍ଥାତ ୯ ଏପ୍ରିଲର ଜସଦୀପ ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି ।

୨୦୨୦ରେ ଜସଦୀପ ଜାଣିବାକୁ ପାଇଲେ ତାଙ୍କ ସ୍ୱାମୀ ଅମନ ବ୍ରେନଟ୍ୟୁମର ଆକ୍ରାନ୍ତ । ତାଙ୍କର କେମୋ ଥେରାପି ଏବଂ ରେଡିଓଥେରାପି ଚାଲିଥିଲା । ତଥାପି ଅବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ଶେଷରେ ଡିସେମ୍ବର ୨୦୨୧ରେ ଅମନ ମାତ୍ର ୩୬ ବର୍ଷ ବୟସରେ ପତ୍ନୀ ଏବଂ ୨ ବର୍ଷର ପୁଅ ରାଜନକୁ ଛାଡି ଚାଲିଗଲେ ।

ମୃତ୍ୟୁ ପୂର୍ବରୁ ଅମନ କହୁଥିଲେ, ଆମେ ତିନି ଜଣ ଖୁସି ଅଛୁ । କିନ୍ତୁ ଆମର ଆଉ ଗୋଟିଏ ସନ୍ତାନ ଆବଶ୍ୟକ । ପୁଅ ରାଜନ ପାଇଁ ଏକ ସାଥୀ ଦରକାର । ସ୍ୱାମୀଙ୍କର ଏହି ଇଚ୍ଛା ପୂରଣ ଜସଦୀପଙ୍କ ପାଇଁ ଏକ ସ୍ୱପ୍ନ ଥିଲା । ଅମନ-ଜସଦୀପଙ୍କ ପ୍ରଥମ ସନ୍ତାନ ଆଇବିଏଫ ସହାୟତାରେ ହୋଇଥିଲା ।  ତେଣୁ ସ୍ୱାମୀଙ୍କ ଇଚ୍ଛା ପୂରଣ ପାଇଁ ଜସଦୀପ ଆଇବିଏଫ ସହାୟତାରେ  ସ୍ୱାମୀଙ୍କ ୩୮ ତମ ଜନ୍ମଦିନ ପୂର୍ବରୁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।

ଜସୀଦପ ପଶ୍ଚିମ ଲଣ୍ଡନର ରୁଇସଲିପର ଜଣେ ଡାଟା ବିଶ୍ଳେଷକ । ସେ କହିଛନ୍ତି, ୨ ସନ୍ତାନ ଇଚ୍ଛା ଉଭୟଙ୍କର ଥିଲା । ହେଲେ ତା ପୂର୍ବରୁ ଅମନଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ।  ୨୦୨୧ରେ ତାଙ୍କର ମୃତ୍ୟୁ ପରେ ମୁଁ ବହୁତ ଭାଙ୍ଗି ପଡିଥିଲି । ରାଜନ ପାଇଁ ଗୋଟିଏ ଭାଇର ଆବଶ୍ୟକତା ଥିଲା । ୨ୟ ସନ୍ତାନ ପାଇଁ ବି ଅମନଙ୍କର ଖୁବ  ଇଚ୍ଛା ଥିଲା । ତେଣୁ ଏପରି ଏକ ନିଷ୍ପତ୍ତି ନେଲି ।

Leave A Reply

Your email address will not be published.