କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ରବିବାର ଦିନ ଜଣେ ମହିଳା ଏକ ବିରଳ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଶିଶୁଟିର ଦୁଇଟି ମୁଣ୍ଡ, ତିନି ହାତ ଏବଂ ଗୋଟିଏ ଶରୀର ଦେଖିବାକୁ ମିଳିଛି।
ସୂତ୍ରରୁ ପ୍ରକାଶ ଯେ, ରାଜନଗର ବ୍ଲକ ଅନ୍ତର୍ଗତ କାନି ଗାଁର ଅମ୍ବିକା ପରିଡାଙ୍କୁ ଶନିବାର ରାତିରେ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ପରେ ମହିଳା ଜଣକ ଆଜି ପ୍ରାୟ ୧୧ ଟା ସମୟରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଯାହାର ଗୋଟିଏ ଶରୀରରେ ଦୁଇ ମୁଣ୍ଡ ଓ ତିନି ହାତ ରହିଛି।
ତେବେ ଡାକ୍ତରମାନେ ନବଜାତ ଶିଶୁକୁ ଉନ୍ନତ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ପଠାଇଥିବା ଜଣାପଡିଛି।
Comments are closed.