Latest Odisha News

ଭୁଲରେ ଆକାଉଣ୍ଟକୁ ଆସିଲା ୮୧ କୋଟି ଟଙ୍କା, ତୁରନ୍ତ ଘର କିଣି ଫସିଗଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅନେକ ଥର ଟେକ୍ନିକାଲ ତୃଟି ଯୋଗୁଁ ଟଙ୍କା ଟ୍ରାନ୍ସଫର କରି ହୁଏ ନାହିଁ। କିନ୍ତୁ ବେଳେ ବେଳେ ଏହି ତୃଟି ଯୋଗୁଁ ଅନ୍ୟ ଆକାଉଣ୍ଟରେ ଟଙ୍କା ଟ୍ରେନ୍ସଫର ହୋଇଯାଏ। କିନ୍ତୁ ହଠାତ୍ ଯଦି ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କ୍ରେଡିଟ ହୁଏ, ତେବେ ଆପଣ କରିବେ ? ଏପରି ଏକ ଘଟଣା ଅଷ୍ଟ୍ରେଲିଆରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ଆକାଉଣ୍ଟରେ ୮୧ କୋଟି ଟଙ୍କା କ୍ରେଡିଟ ହୋଇଥିଲା ଏବଂ ସେ ଏ ସମ୍ପର୍କରେ କାହାରିକୁ ସୂଚନା ନଦେଇ ଖୁସିରେ ଟଙ୍କା ଖର୍ଚ୍ଚ କରିଦେଇଥିଲେ। ଏହାପରେ ମାମଲା ବିଗିଡିବାକୁ ଲାଗିଲା।

ଏହି ଘଟଣା ଅଷ୍ଟ୍ରେଲିଆର ଏକ ସହରରୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥେଭାମାନୋଗରି ମନିଭେଲ ନାମକ ଜଣେ ମହିଳାଙ୍କ ଆକାଉଣ୍ଟରେ ୮୧ କୋଟି ଟଙ୍କା ଆସିଥିଲା। ଏହା ଦେଖି ମହିଳା ଜଣଙ୍କ ବହୁତ ଖୁସି ହୋଇଥିଲେ। ତାଙ୍କ ଆକାଉଣ୍ଟରେ କେଉଁଠାରୁ ଟଙ୍କା କ୍ରେଡିଟ ହେଲା ତାହା ନିଜ ଅଫିସରେ କିମ୍ବା ବ୍ୟାଙ୍କରେ ଜଣାଇଲେ ନାହିଁ। ସେ ତୁରନ୍ତ ବଡ ଘର କିଣିଦେଲେ ଏବଂ ଅବଶିଷ୍ଟ ଟଙ୍କା ସମ୍ପର୍କୀୟମାନଙ୍କ ମଧ୍ୟରେ ବାଣ୍ଟି ଦେଲେ।
ସୂଚନା ଅନୁସାରେ ଉକ୍ତ ମହିଳାଙ୍କ କ୍ରିପ୍ଟୋ କମ୍ପାନୀ ତାଙ୍କୁ ପ୍ରାୟ ଆଠ ହଜାର ଟଙ୍କା ପଠେଇବା କଥା ଥିଲା। କିନ୍ତୁ କମ୍ପାନୀ ଭୁଲବସତଋ ମହିଳାଙ୍କ ଆକାଉଣ୍ଟରେ ୮୧ କୋଟି ଟଙ୍କା ପଠେଇଦେଇଥିଲା।

ପ୍ରାୟ ଆଠ ମାସ ପରେ କମ୍ପାନୀ ଏ ବିଷୟରେ ଜାଣିବାକୁ ପାଇଲା। ଯେତେବେଳେ କମ୍ପାନୀ ଆଠ ମାସ ପରେ ଏହା ଜାଣିପାରିଲା, ସେତେବେଳେ ଉକ୍ତ ମହିଳାଙ୍କ ସହ ଯୋଗାଯୋଗ କଲା। ମହିଳା ଜଣଙ୍କ ଜାଣିଶୁଣି କମ୍ପାନୀର ସମସ୍ତ କଥାକୁ ଅଣଦେଖା କଲା। ତେଣୁ ବାଧ୍ୟ ହୋଇ ତାଙ୍କୁ ପ୍ରମାଣ ସହିତ ଏକ ଆଇନଗତ ନୋଟିସ ପଠାଇଲେ। ଏହି ନିଟୋସ ଦେଖି ମହିଳା ଚକିତ ହୋଇଗଲେ। ନିୟମ ଅନୁଯାୟୀ ଯେତେବେଳେ ମହିଳା ଟଙ୍କା ପାଇଥିଲେ ସେ କମ୍ପାନୀ ସହିତ ଯୋଗାଯୋଗ କରିବା ଉଚିତ୍ ଥିଲା। କାରଣ ସେ ଜାଣିଥିଲେ ଯେ ଏହି ଟଙ୍କା କମ୍ପାନୀରୁ ଆସିଛି। ଏବେ କଥା ହେଉଛି ମହିଳା ଜଣଙ୍କ ସମସ୍ତ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଯଦି ସେ ସମୟ ଅନୁସାରେ ଟଙ୍କା ଫେରସ୍ତ ନକରନ୍ତି ତେବେ ସେ ଜେଲ ଯାଇପାରନ୍ତି।

Comments are closed.