Latest Odisha News

BREAKING NEWS

ବଡ ପାଟି ଯୋଗୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ସାମନ୍ଥା

ୱାଶିଂଟନ: ଆମେରିକାର ସାମନ୍ଥା ରେମ୍ସଡେଲ ବଡ ପାଟି ଯୋଗୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ତାଙ୍କ ପାଟିର ଓସାର ୬.୫୨ ସେମି । ସେ ତାଙ୍କ ପାଟିର ଆକାର ନେଇ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇ ପଡିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ପାଟି ନେଇ ଚର୍ଚ୍ଚା ହେବା ପରେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଉଦ୍ୟମ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ଗୋଟିଏ ବଡ ସେଓ ତାଙ୍କ ପାଟିରେ ଆରାମରେ ରହି ଯାଉଥିଲା ।

ଯେଉଁଥିପାଇଁ ସେ ସମାଲୋଚତ ହେଉଥିଲେ ତାହାକୁ ଅସ୍ତ୍ର କରି ଆଜି ସାରା ବିଶ୍ୱରେ ସାମନ୍ଥା ଲୋକପ୍ରିୟ ହୋଇ ପଡିଛନ୍ତି । ଟିକଟକରେ ସେ କମେଡି କରିବା ସହ ଗୀତ ମଧ୍ୟ ଗାଇଥାନ୍ତି । ସୋସିଆଲ ସାଇଟରେ ଏବେ ତାଙ୍କର ଲକ୍ଷ ଲକ୍ଷ ଫଲୋର୍ସ ଅଛନ୍ତି ।

Leave A Reply

Your email address will not be published.