Latest Odisha News

ବିଏମଡବ୍ଲ୍ୟୁରେ ଆସି ଦୋକାନ ସାମ୍ନାରୁ ନେଇଗଲେ ଫୁଲ କୁଣ୍ଡ, ଲୋକେ କହିଲେ… 

ନୂଆଦିଲ୍ଲୀ: ବିଏମଡବ୍ଲ୍ୟୁରେ ଆସି ଦୋକାନ ସାମ୍ନାରୁ ନେଇଗଲେ ଫୁଲ କୁଣ୍ଡ। ସୋସିଆଲ ମିଡିଆରେ ଏଭଳି ଏକ ଚୋରି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଏମଡବ୍ଲୁ ଚଲାଉଥିବା ଜଣେ ମହିଳା ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ଦୋକାନ ବାହାରେ ରଖାଯାଇଥିବା ଫୁଲ କୁଣ୍ଡକୁ ଚୋରି କରୁଥିବାର ଦେଖିବାକୁ ମିଳିଛି। ଏହି ଘଟଣା ଭାଇରାଲ ହେବାପରେ ମହିଳାଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି।

ଏହି ଭିଡିଓ ଅନୁଯାଇ ୨୫ ଅକ୍ଟୋବର ମଧ୍ୟରାତ୍ରିରେ ମହିଳା ଜଣକ ତାଙ୍କ BMW X1 ରୁ ବାହାରି ଦୋକାନ ବାହାରେ ରଖାଯାଇଥିବା ଏକ ଫୁଲକୁଣ୍ଡକୁ ଉଠାଇ ନେଇ ଯାଉଛନ୍ତି।

ଏହି ସମୟରେ ସ୍ଥାନୀୟ କିଛି ଲୋକ ମହିଳାଙ୍କୁ ଫୁଲ କୁଣ୍ଡ ଚୋରି କରୁଥିବା ଦେଖି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେତେବେଳେ କହିଥିଲେ ଯେ ସେ ପ୍ରତିଦିନ ଗୋଟେ ଲେଖାଏଁ କୁଣ୍ଡ ନେଇଯାଆନ୍ତି। ତେବେ ଆଗରୁ ଏହି ମହିଳା ଦୁଇଟି ଫୁଲ କୁଣ୍ଡ ଚୋରି କରିସାରିଛନ୍ତି। ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ମାନେ ରାଗିଯାଇ କହିଛନ୍ତି ଯେ ‘ଟଙ୍କାରେ କେବେ ବି କ୍ଲାସ କିଣିହେବ ନାହିଁ’।

Comments are closed.