Latest Odisha News

BREAKING NEWS

ଗର୍ଭବତୀ ବୋଲି ଜାଣିବାରୁ ଚାକିରିରୁ କାଢ଼ିଦେଲେ ବସ୍, ଏବେ କମ୍ପାନୀ ଦେବ ୧୫ ଲକ୍ଷ

ନୂଆଦିଲ୍ଲୀ: ଗର୍ଭବତୀ ବୋଲି ଜାଣିବା ପରେ ମହିଳାଙ୍କୁ କମ୍ପାନୀରୁ କାଢ଼ିଦେଲେ ମାଲିକ । ଏବେ ଦେବେ କ୍ଷତିପୂରଣ । ଆଡମିନ୍ ସେକ୍ସନରେ କାମ କରୁଥିବା ମହିଳା ଜଣଙ୍କ ଗର୍ଭବତୀ ଥିବା ନେଇ ତାଙ୍କ ମହିଳା ବସଙ୍କୁ ଜଣାଇଥିଲେ । ଆଉ ଏହି କଥା ଶୁଣିବା ମାତ୍ରେ କମ୍ପାନୀ ତାଙ୍କୁ କାଢ଼ି ଦେଇଥିଲା ।

ଯାହାକୁ ନେଇ ମହିଳା ଜଣଙ୍କ ଏମ୍ପ୍ଲୋୟମେଣ୍ଟ ଟ୍ରିବୁନାଲର ଦ୍ୱାରସ୍ଥ ହୋଇଥିଲେ । ଆଉ ଶେଷରେ ତାଙ୍କର ବିଜୟ ହୋଇଛି । ମହିଳା ଜଣଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବୁନାଲ୍ । ୩୪ ବର୍ଷର ଚାର୍ଲୋଟ୍ ଲିଚ୍ ବ୍ରିଟେନର ସିକ୍ୟୁରିଟି ସିଷ୍ଟମ ସପ୍ଲାଏର ଲାଗି ୨୦୨୧ ମେରେ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜରେ କାମ ଆରମ୍ଭ କରିଥିଲେ ।

ତେବେ ଚାର୍ଲୋଟ ଗର୍ଭବତୀ ଥିବା ଖବର ମହିଳା ବସଙ୍କୁ ଜଣାଇଥିଲେ । ଆଉ କମ୍ପାନୀ ତାଙ୍କୁ ଚାକିରିରୁ କାଢ଼ି ଦେବା ପରେ ଚାର୍ଲୋଟ ଏମ୍ପୋୟମେଣ୍ଟ ଟ୍ରିବୁନାଲରେ ମାମାଲା ରୁଜୁ କରିଥିଲେ । ଚାର୍ଲୋଟଙ୍କୁ ୧୫ ଲକ୍ଷ ଟଙ୍କା ଦେବା ପାଇଁ କମ୍ପାନୀକୁ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.