Latest Odisha News

ଅସହ୍ୟ ହେଲା ପାରିବାରିକ କଳହ: ଶିଶୁ ପୁତ୍ର ସହ କୂଅକୁ ଡେଇଁପଡ଼ିଲା ମା’

କଟକ: ଅସହ୍ୟ ହେଲା ପାରିବାରିକ କଳହ । ଏପଟେ ଜୀବନ ବୋଝ ସେପଟେ ସନ୍ତାନର ମୋହ । ତା ଭିତରେ ପେଶି ହୋଇ ନେଲେ ଚରମ ନିଷ୍ପତ୍ତି । ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡିଲା ମା’ । ହେଲେ ଭାଗ୍ୟର ବିଡମ୍ବନା ! ସେ ଦୁଃଖଠାରୁ ଏ ଦୁଃଖ ଆହୁରି ବଳି ପଡିଲା । ଏମିତି ଦୁଃଖଦଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବାଲି ସାହିରେ ।

ନରସିଂହପୁର ବ୍ଲକ ଯୋଡୁମ ଥାନା ବାଲିସାହି ପଞ୍ଚାୟତ ଖମାର ସାହି ଗାଁର ରମା ଦାସ । ବୁଝାମଣା ଅଭାବରୁ ସ୍‌:ାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗିଥାଏ । ନିକଟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗିଥିଲା । ଏହି ଘଟଣାରେ କ୍ଷୁବ୍ଧ ହୋଇ ପଡିଥିଲେ ରମା । ଗତକାଲି ସନ୍ଧ୍ୟାରେ ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଖବର ପାଇ ନରସିଂହପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ଶିଶୁପୁତ୍ରର ମୃତ୍ୟୁ ହୋଇ ସାରିଥିଲା । ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ଘଟଣାର ତଦନ୍ତ କରୁୁଛି ।

 

Comments are closed.