Latest Odisha News

ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଚାପିଦେଲା ଟ୍ରକ, ଯୁବତୀ ମୃତ

ଯାଜପୁର: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଟ୍ରକ୍ ଧକ୍କା ଦେଲା । ଟ୍ରକ ମାଡ଼ି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବତୀଙକ୍ ନାଁ ବର୍ଷାରାଣୀ ଜେନା ।

ଆଜି ସକାଳେ ନିଜ ସାଙ୍ଗମାନଙ୍କ ସହ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ । ଏତିକିବେଳେ ଚିପ୍‌ସ୍‌ ବୋଝେଇ ଏକ ଟ୍ରକ ତାଙ୍କୁ ପଛ ପଟରୁ ଧକ୍କା ଦେବା ପରେ ତାଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲପର୍‌ ଫେରାର ହୋଇଯାଇଛନ୍ତି । ଏହି ଘଟଣା ପରେ ଉତ୍ୟକ୍ତ ଲୋକ ଦୁର୍ଘଟଣାସ୍ଥଳରେ କାଠଗଡ଼ ପକାଇ ରାସ୍ତାରୋକ କରିଛନ୍ତି । ସଦର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.