ବ୍ରହ୍ମପୁର: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଛି। ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଉଭୟଙ୍କୁ ଅଟକ ରଖିଛି। ପଚରାଉଚରା ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଠାରୁ ବୋମକେଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ନିଖୋଜ ହୋଇଯାଇଥଲେ। ଏନେଇ ତାଙ୍କ ସସ୍ମିତା କେ.ନୂଆଗାଁ ଥାନାରେ ୨୦ ତାରିଖରେ ଲିଖିତ ଏତଲା ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘରକୁ ଯାଇ ଛାନ୍ଭିନ୍ କରିଥିଲା। ତେବେ ଘରର କେତେକ ସ୍ଥାନରେ ରକ୍ତଛିଟା ପଡ଼ିଥିବା ନେଇ ସାହି ପଡୋଶୀ ଲୋକ ପୋଲିସକୁ ସୂଚନା ଦେଇଥିଲେ। ଏଣୁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ତାଙ୍କ ସ୍ତ୍ରୀଙ୍କ ମୋବାଇଲ ଫୋନକୁ ନେଇ ଯାଞ୍ଚ କରିଥିଲା। ଖମାରି ଗାଁର ଶଙ୍କର୍ଷଣଙ୍କୁ ବାରମ୍ବାର କଲ୍ କରାଯାଇଥିବା ଜଣାପଡ଼ିଥିଲା। ସନ୍ଦେହରେ ଶଙ୍କର୍ଷଣଙ୍କୁ ପୋଲିସ ଉଠାଇ ନେଇ ତଦନ୍ତ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଅନ୍ୟପଟେ ଗଜପତି ଜିଲା ଆର.ଉଦୟଗିରି ଥାନା ଲାଞ୍ଜା ଗ୍ରାମ ନିକଟ ମାଙ୍କଡଡିଆଁ ନାଳରେ ଏକ ଗଳିତ ଶବ ମିଳିଥିଲା। ଏକ ଅଖା ଭିତରେ ଶବକୁ ବନ୍ଧା ଯାଇଥିଲା। ତଦନ୍ତ ବେଳେ ତାହା କୃଷ୍ଣଚନ୍ଦ୍ରଙ୍କ ଶବ ବୋଲି ଜଣାପଡ଼ିଥିଲା। ଜବତ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଯାଇଛି। ଅଟକ ସସ୍ମିତା ଏବଂ ଶଙ୍କର୍ଷଣକୁ ଅଧିକ ପଚରାଉଚରା ବେଳେ ହତ୍ୟାକାଣ୍ଡ ଉପରୁ ପରଦା ଉଠିଥିବା ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ପ୍ରକାଶ କରିଛନ୍ତି।
ଶଙ୍କର୍ଷଣ ଏବଂ ସସ୍ମିତା ଉଭୟେ ଭିଷ୍ମଗିରି କଲେଜରେ ପଢୁଥିବା ବେଳେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଜାତି ଭିନ୍ନ ହୋଇଥିବା ଯୋଗୁ ବିବାହ ସମ୍ଭବ ହୋଇନଥିଲା। ଗତ ୯ ମାସ ପୂର୍ବେ କୃଷ୍ଣଚନ୍ଦ୍ରଙ୍କ ସହିତ ସସ୍ମିତାଙ୍କ ବିବାହ ହୋଇଥିଲା। ବିବାହ ପରେ ମଧ୍ୟ ଶଙ୍କର୍ଷଣଙ୍କ ସହ ସସ୍ମିତା ସଂପର୍କ ରଖୁଥିଲେ। କୃଷ୍ଣଚନ୍ଦ୍ର ଜାଣିବା ପରେ ସସ୍ମିତାଙ୍କୁ ତାଗିଦ୍ କରିଥିଲେ। ଏଣୁ ତାଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ସସ୍ମିତା ଏବଂ କୃଷ୍ଣଚନ୍ଦ୍ର ଯୋଜନା କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଗତ ୧୯ ତାରିଖରେ କୃଷ୍ଣଚନ୍ଦ୍ର ଘରେ ପହଞ୍ଚିବା ପରେ ଶଙ୍କର୍ଷଣ ଛୁରୀରେ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି କାରରେ ନେଇ ମାଙ୍କଡଡିଆଁ ନାଳରେ ଫିଙ୍ଗି ଦେଇଥିଲେ। କେ.ନୂଆଗାଁ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସସ୍ମିତା ଏବଂ ଶଙ୍କର୍ଷଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
BREAKING NEWS
- Paddy Procurement: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର
- ସାମ୍ଭାଜୀ ମହାରାଜାଙ୍କ ପୁଅ ଭୂମିକା କରିବେ ଭିକ୍କି କୌଶଲ
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
Comments are closed.