Latest Odisha News

BREAKING NEWS

ଯୌତୁକ ନିର୍ଯାତନା: ନିର୍ମମ ଭାବେ ପିଟିପିଟି ହତ୍ୟା କଲା ସ୍ବାମୀ

ଖଲ୍ଲିକୋଟ: ଯୌତୁକ ପାଇଁ ପୁଣି ଚାଲିଗଲା ଜଣେ ନବବଧୂଙ୍କ ଜୀବନ । ଯୌତୁକ ନଆଣି ପାରିବାରୁ ପିଟି ପିଟି ହତ୍ୟା କଲା ସ୍ବାମୀ । ଏଭଳି ବର୍ବର କାଣ୍ଡ ଘଟାଇ ଫେରାର ହେଲେ ଶାଶୂ, ଶ୍ବଶୁର, ଓ ନଣନ୍ଦ । ଘଟଣାସ୍ଥଳରେ ପହଞ୍ଚି ସ୍ବାମୀକୁ କାବୁ କଲା ପୋଲିସ ।

ଏଭଳି କିଛି ଅଭାବନୀୟ ଘଟଣା ଘଟଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରମ୍ଭା ଥାନା ବେଣୁଗୌର ଗାଁରେ । ଉକ୍ତ ଗାଁର ଜଣେ ବ୍ୟକ୍ତି ବର୍ଷେ ତଳେ ବିବାହ କରିଥିଲେ । ଏଥିପାଇଁ ଶ୍ବଶୁର ଘରୁ ୨ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ । ହେଲେ ଶ୍ବଶୁର ଘର ଲୋକେ ଯୌତୁକ ନଦେଇପାରିବାରୁ ଅତି ନିର୍ମମ ଭାବେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ନିଷ୍ଠୁର ସ୍ବାମୀ । ଏହା ପରେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛନ୍ତି । ହେଲେ ଘଟଣାସ୍ଥଳରୁ ଶାଶୁ, ଶଶ୍ବର ଓ ନଣନ୍ଦ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Comments are closed.