Latest Odisha News

BREAKING NEWS

ପ୍ରିନ୍ସିପାଲଙ୍କୁ ମାଡ଼ ମାରିବା ଅଭିଯୋଗରେ ଅଧ୍ୟାପିକା ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାନୁସାରେ, ଭଦ୍ରକ ମହିଳା ମହାବିଦ୍ୟାଳୟର ଉର୍ଦ୍ଦୁ ଅଧ୍ୟାପକ ନସିମା ଖାତୁନ୍ ଶନିବାର ଦିନ ଏକ ଆବେଦନପତ୍ରରେ ଦସ୍ତଖତ ପାଇବା ପାଇଁ କଲେଜ ପ୍ରିନ୍ସିପାଲ ସୁପ୍ରୀତି କରଙ୍କ କୋଠରୀକୁ ଯାଇଥିଲେ। ପ୍ରିନ୍ସିପାଲ ବ୍ୟସ୍ତ ଥିବାରୁ ତାଙ୍କୁ ପରେ ଆସିବାକୁ କହିଥିଲେ।

ଏଥିରେ ଉତ୍ତେଜିତ ହୋଇ ଖାତୁନ୍ ପ୍ରିନ୍ସିପାଲଙ୍କ ସହ ଯୁକ୍ତିତର୍କ କରିବା ସହ ଅନେକ ଥର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏନେଇ ପ୍ରିନ୍ସିପାଲ କଲେଜ ପରିଚାଳନା କମିଟିରେ ଅଭିଯୋଗ ଦାଖଲ କରିଥିଲେ।

ଅଭିଯୋଗ ପରେ କଲେଜ ପରିଚାଳନା କମିଟି ଖାତୁନଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଏହା ବ୍ୟତୀତ ପ୍ରିନ୍ସିପାଲ ଜଣକ ଖାତୁନଙ୍କ ବିରୋଧରେ ଭଦ୍ରକ ଟାଉନ ଥାନାରେ ମଧ୍ଯ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Comments are closed.