Latest Odisha News

BREAKING NEWS

ମାଲକାନଗିରିରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ସୋମବାର ଦିନ ହାଡକୋର ମାଓ କ୍ୟାଡରର ଜଣେ ମହିଳା ମାଓବାଦୀ ଦେବେ ମାଢୀ (ଶାନ୍ତି) ଆତ୍ମସମର୍ପଣ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଶାନ୍ତି ୨୦୧୨ ମସିହାରୁ ସିପିଆଇ (ମାଓବାଦୀ)ର ଗୁମ୍ମା କ୍ଷେତ୍ର କମିଟିର ଜଣେ ସଦସ୍ୟା ଭାବେ ରହିଥିଲେ ଏବଂ ତାଙ୍କ ମୁଣ୍ଡ ଜାମିନ ଲାଗି ପୋଲିସ ପକ୍ଷରୁ ୪ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସେ ୨୦୦୮ ମସିହାରେ ନିଷିଦ୍ଧ ଘୋଷଣା ସଙ୍ଗଠନ କାଲିମେଲା ଦଲମରେ ସାମିଲ ହୋଇଥିଲେ ଏବଂ ପ୍ରାୟ ୧୭ଟି ମାଓବାଦୀ ହିଂସାକାଣ୍ଡ ଘଟଣାରେ ସାମିଲ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଗଣମାଧ୍ୟମକୁ ସୂଚନା ଦେଇ ମାଲକାନଗିରି ଏସପି ଜଗମୋହନ ମୀନା କହିଛନ୍ତି “ ଶାନ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆତ୍ମସମର୍ପଣ ତଥା ପୁର୍ନବାସ ନୀତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ତାକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ବସବାସ କରିବା ଲାଗି ଗୃହ ତଥା ପଢା ଖର୍ଚ୍ଚ ପାଇଁ ଶାନ୍ତିକୁ ସହାୟତା ପ୍ରଦାନ କରାଯିବ ଏବଂ ଏଥିସହିତ ତାକୁ ରୋଜଗାରକ୍ଷମ କରାଇବା ପାଇଁ ତା ମନପସନ୍ଦର କାର୍ଯ୍ୟ ସମ୍ପର୍କରେ ଟ୍ରେନିଂ ପ୍ରଦାନ କରାଯିବ” ।

ଏସମ୍ପର୍କରେ ଏସପି ଆହୁରି ମଧ୍ୟ କହିଛନ୍ତି ଗୁରୁପ୍ରିୟା ସେତୁ ନିର୍ମାଣ ସରିଲା ପରେ ଏହି ଅଞ୍ଚଳରେ ଉନ୍ନତି ହେବା ତଥା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରେ ଶାନ୍ତି ସଙ୍ଗଠନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.