Latest Odisha News

BREAKING NEWS

ମୋବାଇଲ୍ ଚୋରୀ କରୁଥିବା ବେଳେ ଧରା ପଡିଲା ମହିଳା ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ମହିଳା ଗୋଟିଏ ଘରେ ପଶି ମୋବାଇଲ୍ ଚୋରୀ ଉଦ୍ୟମ କରୁଥିବା ବେଳେ ଗୁରୁବାର ଦିନ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି ।

ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମ ପ୍ରିୟଙ୍କା ନାଏକ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଜଣେ ଅଜଣା ମହିଳା ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଘର ଭିତରେ ପଶିଯାଇ ଥିବା ବେଳେ ଘର ଲୋକେ ଜାଣିପାରିଥିଲେ । ଏହା ଜାଣିପାରି ସେମାନେ ବାହାରୁ ତାଲା ପକାଇ ଦେଇଥିଲେ ।

ପରବର୍ତ୍ତୀ ସମୟରେ ସେମାନେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।

 

Leave A Reply

Your email address will not be published.