Latest Odisha News

BREAKING NEWS

କେତେ ମାରାତ୍ମକ ଟିଣ୍ଡର୍ ଆପ୍ଲିକେସନ୍ ?

ଭୁବନେଶ୍ୱର: ସଂପର୍କ ଯୋଡିବାକୁ ଡିଜିଟାଲ୍ ମାଧ୍ୟମ ଟିଣ୍ଡର୍ ଆପ୍ଲିକେସନ୍ । ଆଉ ଆବଶ୍ୟକତା ପଡୁନି ପ୍ରତ୍ୟକ୍ଷ ଭାବେ ଚିହ୍ନିବା କି ପରିଚିତ ହେବା । ବାସ୍ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରନ୍ତୁ, ଲଗ୍ ଇନ୍ କରି ଚାଟ୍ କରନ୍ତୁ । ପରେ ଦେଖା ସାକ୍ଷାତ କିମ୍ବା ଯାହାକୁ ଆମେ ଡେଟିଂ ଭାବେ ନାମିତ କରିଛୁ । ହେଲେ ଆଜିର ପ୍ରଗତିଶୀଳ ସମାଜରେ କେତେ ସୁରକ୍ଷିତ ଏହି ଟିଣ୍ଡର୍ ଭଳି ସୋସିଆଲ୍ ନେଟୱାର୍କିଂ ଆପ୍ଲିକେସନ୍ ।

ସୋମବାର ପୁଣେର ପିମ୍ପ୍ରି ଚିଂଚ୍‌ୱାଡ ପୋଲିସ ଅଭିଜିତ ୱାଘ୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଜଣେ ମହିଳା ଏହି ବ୍ୟକ୍ତିଙ୍କ ବିରୋଧରେ ଆଣିଥିଲେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ପୋଲିସ ରିପୋର୍ଟ ଅନୁଯାୟୀ ଗିରଫ ବ୍ୟକ୍ତି ଜଣକ ପୀଡିତା ମହିଳାଙ୍କୁ ଗତ ଶନିବାର ଏକ ହୋଟେଲରେ ସାକ୍ଷାତ କରିବାକୁ ଡାକିଥିଲା । ସେଠାରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ସାଥିରେ ଘରକୁ ନେଇଯାଇଥିଲା ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଅଭିଜତ ତାଙ୍କ ସହ ଜୋର ଜବରଦସ୍ତ କରିବାକୁ ଚେଷ୍ଟା କରିଥିଲା । ପୀଡିତା ମନା କରିବାରୁ ଅଭିଜିତ ତାଙ୍କୁ ମାରଧର କରିବା ସହ ଦୁଷ୍କର୍ମ କରିଥିଲା । ମହିଳାଙ୍କଠାରୁ ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତ ଅଭଜିତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଏହି ମାମଲାରେ ମୁଖ୍ୟ ସୁତ୍ରଧର ସାଜିଥିଲା ଟିଣ୍ଡର୍ ଆପ୍ । ମହିଳା ଜଣକ ଟିଣ୍ଡର୍ ଜରିଆରେ ହିଁ ଗତ ଶୁକ୍ରବାର ଦିନ ଅଭିଜିତ ସଂସ୍ପର୍ଶରେ ଆସିଥିଲେ । ପରଦିନ ଅର୍ଥାତ ଶନିବାର ୨୬ତାରିଖରେ ଅଭିଜିତ ତାଙ୍କୁ ସାକ୍ଷାତ କରିବାକୁ କହିଥିଲା । ଏହାପରେ ଯାହା ଘଟିଥିଲା ତାହା ମହିଳାଙ୍କ ପକ୍ଷେ ଭୁଲିବା ଅସମ୍ଭବ ହୋଇପଡିଛି ।

ଏହି ଜ୍ୱଳନ୍ତ ଉଦାହରଣରୁ ସ୍ପଷ୍ଟ ହୋଇଛି ଯେ, କେବଳ ଟିଣ୍ଡର ଆପ୍ ନୁହେଁ ଏଭଳି ଅନେକ ଆପ୍ଲିକେସନ୍ ଜରିଆରେ ସଂପର୍କ ଯୋଣ୍ୱା ଆପଣଙ୍କୁ କେତେଦୂର ମହଙ୍ଗା ପଡିପାରେ ।

Leave A Reply

Your email address will not be published.