Latest Odisha News

BREAKING NEWS

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯୁବତୀ ଶରୀରରେ ବୋଳି ହୁଅନ୍ତି କାଦୁଅ

ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ ଇଚ୍ଛା କରନ୍ତିିଁ । ଏଥିପାଇଁ କିଛି ମହିଳା ପ୍ରତି ମାସରେ କେବଳ ସୌନ୍ଦର୍ଯ୍ୟ ସାମଗ୍ରୀରେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । ବେଳେବେଳେ କେହି ଏଥିରୁ ଲାଭବାନ ହେଉଥିବା ବେଳେ ଆଉ କିଛିଙ୍କ ଶରୀରରେ କୁପ୍ରଭାବ ପକାଇଥାଏ । କିନ୍ତୁ ଆଜିର ଦୁନିଆରେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ନିଜର ସୌନ୍ଦର୍ଯ୍ୟ ପାଇଁ ଗୋଟିଏ ବି ପଇସା ଖର୍ଚ୍ଚ କରନ୍ତି ନାହିଁ । ସେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନିଜ ବାଡ଼ିର ମାଟି ବ୍ୟବହାର କରିଥାନ୍ତି । ସେ ଅଧିକାଂଶ ସମୟ ଛୋଟ ପିଲାଙ୍କ ପରି ଶରୀରରେ ଧୂଳି ବା କାଦୁଅ ବୋଳି ହେଉଥିବା ଦେଖିବାକୁ ମିଳନ୍ତି । ତାଙ୍କୁ ଏପରି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।

ନ୍ୟୁୟର୍କରେ ରହୁଥିବା ଏହି ଜଣେ ଯୁବତୀ ନିଜର ସୌନ୍ଦର୍ଯ୍ୟ ବୃଦ୍ଦି ପାଇଁ କ’ଣ ସବୁ ବ୍ୟବହାର କରନ୍ତି ଓ ତାଙ୍କ ଶରୀର ଚମକୁଥିବାର ରହସ୍ୟ ସମ୍ପର୍କରେ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ୨୧ ବର୍ଷର୍ୀୟା ଏହି ଯୁବତୀ କହିଛନ୍ତି ଯେ, ସେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ପସନ୍ଦ କରନ୍ତି । ସେଥିଲାଗି ସେ କୌଣସି ପାଲର ଯାଆନ୍ତି ନାହିଁ କି ବଜାରରେ ମିଳୁଥିବା ବିଭିନ୍ନ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ । ସେ ନିଜର ସୌନ୍ଦର୍ଯ୍ୟ ପାଇଁ ନିଜ ବଗିଚାର କାଦୁଅ ଦେହରେ ଲଗାଇଥାନ୍ତି । ସେ କହିଛନ୍ତି ଯେ, ଯେଉଁଠାରେ ଲୋକମାନେ ଟଙ୍କା ଖର୍ଚ୍ଚ କରି କ୍ରିମ୍‌-ପାଉଡର ପ୍ରୟୋଗ କରନ୍ତି, ମୁଁ କେବଳ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ କାଦୁଅ ପ୍ରୟୋଗ କରେ । ମୁଁ ସପ୍ତାହକୁ ଦୁଇ ଥର ବଗିଚାକୁ ଯାଇ ଧୂଳିରେ ବସି ଶାନ୍ତ ଭାବରେ ଶରୀରରେ କାଦୁଅ ବୋଳି ହୋଇଥାଏ । ଯାହାଦ୍ୱାରା ମୋ ତ୍ୱଚାରେ ଉଜ୍ଜଳ ଆସିବା ସହ ଚର୍ମ ରୋଗ ବି ଦୂର ହୋଇଥାଏ । କାଦୁଅ ବୋଳି ହେବାର ଭିଡ଼ିଓ ବି ସେୟାର କରିଛନ୍ତି ।

ଏହି ଭିଡ଼ିଓକୁ ଅନେକ ପସନ୍ଦ କରିଥିବା ବେଳେ ଆଉ କିଛି ଘୃଣା କରିଛନ୍ତି । ଆଉ କିଛି ଲୋକ ମଜାଳିଆ ଢଙ୍ଗରେ ପଚାରିଛନ୍ତି ଯେ, ମାଟିରେ ଥିବା କୀଟ, ମଇଳା ଏବଂ ଖତ ପ୍ରୟୋଗ କରିବା ଲାଭଦାୟକ କି?

 

Leave A Reply

Your email address will not be published.