Latest Odisha News

BREAKING NEWS

ଦନ୍ତା ଆକ୍ରମଣରେ ମହିଳା ଗୁରୁତର, ଏସସିବିରେ ଭର୍ତ୍ତି

ଢେଙ୍କାନାଳ: ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ହାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଚନା ନାୟକ।

ସୂଚନା ଅନୁସାରେ ରଚନା ଓ ଅନ୍ୟ କିଛି ମହିଳା ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେମାନେ ଦୌଡ଼ି ପଳାଇ ଯାଉଥିବା ବେଳେ ଦନ୍ତାଟି ରଚନାଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ମହିଳା ଜଣଙ୍କ ଗୁରୁତର ହୋଇପଡିଥିଲେ।

ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହାତୀଟି ପରଜଙ୍ଗ ଅଞ୍ଚଳରୁ ଆସିଥିବା ଜଣାପଡିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.