Latest Odisha News

BREAKING NEWS

ଅବସରପ୍ରାପ୍ତ ଯବାନଙ୍କୁ ଖଣ୍ଡା ବୁଲାଇବା ମାମଲାରେ ଧରିବାକୁ ଯାଇ ମହିଳା ଥାନାଧିକାରୀ ଆହତ

କଟକ: ବାଙ୍କୀର ଏକ ସ୍କୁଲ ପଡ଼ିଆରେ ଖଣ୍ଡା ବୁଲାଉଥିବା ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଧରିବାକୁ ଯାଇ ଜଣେ ମହିଳା ସବ୍-ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ମଧୁସ୍ମିତା ବେହେରାଙ୍କୁ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ଏସବିଆଇ ଏଟିଏମରୁ ଟଙ୍କା ଉଠାଇ ନହେବାରୁ ପୂର୍ବତନ ଯବାନ ସରୋଜ ଦାସ ଏଟିଏମ୍ କାଉଣ୍ଟରରେ ଭଙ୍ଗାରୁଜା କରିଥିଲେ। ସେ ତାଙ୍କ ଗାଡି ଲୋନ୍ ଦେବାକୁ ଟଙ୍କା ଉଠଇବାକୁ ଆସିଥିଲେ। ହେଲେ ଏହା ସମ୍ଭବ ନହେବାରୁ ସେ ରାଗି ଯାଇଥିଲେ ବୋଲି ସୂଚନା ରହିଛି। ବ୍ୟବସାୟରେ କ୍ଷତି ସହିବା ସହ ପରେ ସ୍ଥାନୀୟ ଲୋକଙ୍କୁ କଚେରୀ ଛକରେ ଏକ ଖଣ୍ଡାରେ ଭୟଭୀତ କରିଦେଇଥିଲେ। ଏହାପରେ ଏସ୍ଆଇ ସୁଶାନ୍ତ କୁମାର ଷଡ଼ଙ୍ଗୀଙ୍କ ଖଣ୍ଡା ଚୋଟରେ ତାଙ୍କ ଲାଠି ଖଣ୍ଡା ହୋଇୟାଇଥିଲେ।

ଅନ୍ୟ ଜଣେ ପୋଲିସ ଅଧିକାରୀ ଏସ୍ଆଇ ସୁଶାନ୍ତ କୁମାର ଷଡଙ୍ଗୀ ସରୋଜଙ୍କୁ ଧରିବାକୁ ଯାଇଥିଲେ। ହେଲେ ସରୋଜଙ୍କ ଖଣ୍ଡା ଚୋଟରେ ଥାନା ଅଧିକାରୀଙ୍କ ବାଡି ଦି ଗଡ ହୋଇଯାଇଥିଲା। ଏହାପରେ ସରୋଜ ଦାସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ବାଙ୍କୀ ପୁଲିସ ସରୋଜ ଦାସଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଖୋଜୁଛି।

Comments are closed.