Latest Odisha News

BREAKING NEWS

ବିବାହ ସମୟରେ ସାଜନ୍ତି କନ୍ୟାର ବନ୍ଧୁ, ନିଅନ୍ତି ମୋଟା ଅଙ୍କର ପାରିଶ୍ରମିକ

ନ୍ୟୁୟର୍କ: ବିବାହ ସମୟରେ ବ୍ୟାଣ୍ଡ୍‌-ବାଜା, ମଣ୍ଡପ, ଗାଡ଼ି ବୁକିଂ କରାଯାଉଥିବା ଆପଣ ନିଶ୍ଚୟ ଦେଖିଥିବେ । ହେଲେ କନ୍ୟା ପାଇଁ ବନ୍ଧୁ ବୁକିଂ କରିବା ଦେଖିଛନ୍ତି ? ଆମେରିକାରେ ରହୁଥିବା ଜଣେ ମହିଳା ବୃତ୍ତିଗତ କନ୍ୟାବନ୍ଧୁ ସାଜନ୍ତି । ମହିଳା ଜଣକ ବିବାହ ସମୟରେ ସବୁବେଳେ କନ୍ୟା ସହିତ ରହିଥାନ୍ତି । ଏଥିଲାଗି ସେ ନିଅନ୍ତି ମୋଟା ଅଙ୍କର ପାରିଶ୍ରମିକ । ଗୋଟେ ଦିନକୁ ନେଉଥିବା ପାରିଶ୍ରମିକ ଜାଣିଲେ ଆଶ୍ଚର୍ଯ୍ୟ ବି ହୋଇଯିବେ ।

ନ୍ୟୁୟର୍କର ବାସିନ୍ଦା ଜେନ ଗ୍ଲାଣ୍ଟଜ । ସେ ନ୍ୟୁୟର୍କରେ ବ୍ୟବସାୟ କରନ୍ତି । ତାଙ୍କର ବ୍ୟବସାୟ ହେଲା ବିବାହ ସମୟରେ କନ୍ୟାର ସାଙ୍ଗ ପାଲଟିବା । ଯଦି କାହାର ସାଙ୍ଗ ସାଥୀ ନ ଥିବେ ସେମାନେ ବିବାହ ସମୟରେ ମହିଳାଙ୍କୁ ଭଡ଼ାରେ ଆଣିଥାନ୍ତି । ସେମାନେ ବିବାହ ସମୟରେ କନ୍ୟାର ପାଖେ ପାଖେ ରହିବା ସହ ମଜାମସ୍ତି ବି କରିଥାନ୍ତି । ଏଥିଲାଗି ସେ ଗୋଟିଏ ଦିନ ପାଇଁ ୮୦ ହଜାରରୁ ଅଧିକ ଟଙ୍କା ନେଇଥାନ୍ତି । ଏହାସହିତ ଖାଦ୍ୟ ଏବଂ ପାନୀୟ ମଧ୍ୟ ମାଗଣା ।

ଜେନ କହିଛନ୍ତି ଯେ, ଏପରି କାମ ମୋର ବୃତ୍ତିଗତ । ଏଥିପାଇଁ ମୋଟେ ଭଲ ପଇସା ମିଳିଥାଏ । ଏଥିରେ ମୋତେ ଆତ୍ମସନ୍ତୋଷ ବି ମିଳିଥାଏ । ହେଲେ ବିବାହ ପରେ ବର ସହିତ କୌଣସି ସମ୍ପର୍କ ରଖିପାରିବେ ନାହିଁ, ଯାହା ବହୁତ ଖରାପ ଲାଗିଥାଏ ।

Leave A Reply

Your email address will not be published.