ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରିଥାନ୍ତି । କେହି ଘରେ କୁକୁର, ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ, ଛେଳି ବି ରଖିଥାନ୍ତି । ନିଜ ପରିବାର ସଦସ୍ୟଙ୍କ ଭଳି ସେମାନଙ୍କର ଯତ୍ନ ବି ନିଅନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇକି ଯାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ତାଙ୍କ ଛେଳି ସହ ଟ୍ରେନ୍ରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ସେ ତାଙ୍କ ଛେଳି ପାଇଁ ଟିକେଟ୍ ମଧ୍ୟ କାଟିଛନ୍ତି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ମହିଳା ଟ୍ରେନ୍ରେ ଯାତ୍ରା କରୁଛନ୍ତି । ତାଙ୍କ ସହିତ ତାଙ୍କ ସ୍ୱାମୀ ଓ ତାଙ୍କର ପ୍ରିୟ ଛେଳି ବି ଟ୍ରେନ୍ରେ ଯାତ୍ରା କରୁଛନ୍ତି । ଏହି ସମୟରେ ଟିଟିଇ ଟିକେଟ୍ ଯାଞ୍ଚ କରିବାକୁ ଆସୁଛନ୍ତି । ଆଉ ମହିଳାଙ୍କୁ ଟିକେଟ ମାଗୁଛନ୍ତି । ଟିଟିଇ ଛେଳିର ଟିକେଟ ମଧ୍ୟ ଦିଅ ବୋଲି କହୁଛନ୍ତି । ମହିଳା ଜଣକ ଆତ୍ମବିଶ୍ୱାସର ସହ କହିଛନ୍ତି ଯେ, ସେ ଛେଳି ପାଇଁ ଟିକେଟ କରିଛନ୍ତି । ପରେ ମହିଳା ଜଣକ ହସି ହସି ଟିକେଟ ଦେଖାଉଛନ୍ତି ।
ଭିଡିଓଟି ଅନେକଙ୍କ ହୃଦୟକୁ ଛୁଇଁବା ସହ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ଜଣେ ୟୁଜର କହିଛନ୍ତି, ଛେଳି କେବଳ ତାଙ୍କ ପାଇଁ ପୋଷା ପ୍ରାଣୀ ନୁହେଁ, ଏହା ତାଙ୍କ ପରିବାରର ଏକ ଅଂଶ । କେମିତି ପରିବାରର ସଦସ୍ୟଙ୍କୁ ସେମାନେ ବାଦ୍ ଦେବେ । ତାଙ୍କଠାରୁ ବହୁତ କିଛି ଶିଖିବାକୁ ଅଛି । ଅନ୍ୟ ଜଣେ ୟୁଜର କହିଛନ୍ତି, ସୁନ୍ଦର ମାନସିକତା ଏବଂ ବଡ଼ ହୃଦୟ । ଆଉ ଜଣେ କହିଛନ୍ତି, ତାଙ୍କ ହସ କହୁଛି ସେ କେତେ ବିବେକବାନ । ଛେଳି ପାଇଁ ଟିକେଟ କାଟି ଟ୍ରେନ୍ରେ ଯାତ୍ରା କଲେ ମହିଳା, ଭିଡ଼ିଓ ଭାଇରାଲ
Comments are closed.