କଟକ: କଟକ ସାଲେପୁର ଅଞ୍ଚଳର କାଙ୍କରେଇଲ ଗାଁରେ ମଙ୍ଗଳବାର ଜଣେ ମହିଳା ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ଗୁରୁତର ଭାବରେ ଚିକିତ୍ସା ପାଇଁ ତାଙ୍କୁ କଟକର ଏସସିବି ହସ୍ପିଟାଲକୁ ନିଆଯାଇଥିଲା।
ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ ଚିକିତ୍ସା ସମୟରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଘଟଣାଟି ଆତ୍ମହତ୍ୟା ମାମଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ବେଳେ ସେ ବୁଧବାର ରାତିରେ ମୃତ୍ୟୁବରଣ କରିଥିବା ନେଇ ସାଲେପୁରର ସବ-ଡିଭିଜନାଲ୍ ପୋଲିସ ଅଧିକାରୀ (ଏସଡିପିଓ) ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।
ମହିଳାଙ୍କ ପରିବାର ଲୋକ ଏନେଇ ଏକ ମାମଲା ରୁଜୁ କରିଛନ୍ତି ଯାହାକୁ ଆଧାର କରି ବର୍ତ୍ତମାନ ମାମଲାର ତଦନ୍ତ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଓଡିଶାରେ କିଛି ଦିନ ମଧ୍ୟରେ ଏପରି ମାମଲା ଦୃତ ଗତିରେ ବୃଦ୍ଧିପାଇବାରେ ଲାଗିଛି ଯେଉଁଥିରେ ଝିଅ ଏବଂ ମହିଳାମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଯାହାକି ବର୍ତ୍ତମାନ ପରିସ୍ଥିତିରେ ଚିନ୍ତାର ବିଷୟ ପାଲଟିଛି।
Comments are closed.