Latest Odisha News

BREAKING NEWS

ସପ୍ତାହରେ ୨୦ ଘଣ୍ଟା କାମ କରି ୮ ଲକ୍ଷ ରୋଜଗାର କଲେ ଯୁବତୀ

ନୁ୍ୟର୍କ: ଅର୍ଥ  ଉପାର୍ଜନ ପାଇଁ ମଣିଷ କେତେ ପରିଶ୍ରମ ନ କରୁଛି ! ଚାକିରି କଲେ ଗଧ ଖଟଣି । ବ୍ୟବସାୟ କଲେ ରାତି ଦିନ କାମ  । ଯେତେ ବଡ ଚାକିରି, ଯେତେ ଅଧିକ ଦରମା ସେତେ ଅଧିକ କାମ ଆଉ ଚାପ ।  ନିଜର ଶାରୀରିକ ସୁସ୍ଥତା, ପାରିବାରିକ ଆବଶ୍ୟକତାକୁ ମଣିଷ ଅଣଦେଖା କରିବାକୁ ବାଧ୍ୟ ହୋଇଥାଏ । ହେଲେ  ୨୦ ଘଣ୍ଟାରେ ୮ ଲକ୍ଷ ଟଙ୍କା ଜଣେ ରୋଜଗାର କରିପାରେ !  ଏକଥା ଶୁଣିଲେ ତ  ଅସମ୍ଭବ ଲାଗେ । ହେଲେ ଏହା ସମ୍ଭବ । ଏହାକୁ ସତ କରି ଦେଖାଇଛନ୍ତି ଜଣେ କମ ବୟସର ଯୁବତୀ ।

ଆପଣ ଭାବୁଥିବେ ଖୁବ ଉଚ୍ଚ ଶିକ୍ଷିତ ହୋଇଥିବେ ଏହି ଯୁବତୀଜଣକ । କିନ୍ତୁ ନା.,  କମ ପାଠ ପଢି ଖୁବ ଅଳ୍ପ ବୟସରେ ମାତ୍ର ୨୦ ଘଣ୍ଟା କାମ କରି କମାଇ ପାରୁଛନ୍ତି  ୮ ଲକ୍ଷ ଟଙ୍କା । ଏହା କେବଳ ସମ୍ଭବ ହୋଇ ପାରିଛି ତାର ମ୍ୟାଜେନମେଣ୍ଟ ବୁଦ୍ଧି ଯୋଗୁ । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଆମେରିକାର ଜର୍ଜିଆରେ ରହୁଥିବା ମେଡି କୋଲମେନ ନାମ୍ନୀ ଜଣେ ଯୁବତୀ ପ୍ରଥମେ ପାର୍ଟ ଟାଇମ କଣ୍ଟେଣ୍ଟ କାମ ଆରମ୍ଭ କରିଥିଲେ । ଏବେ ବି ସେ ଏହି କାମ କରୁଛନ୍ତି । ସପ୍ତାହକରେ ୨୦ ଘଣ୍ଟା କାମ କରୁଛନ୍ତି । ଏହି କଣ୍ଟେଣ୍ଟ ଲେଖିବା ପାଇଁ ସେ ନିଜ ଉଚ୍ଚଶିକ୍ଷାକୁ ବି ଛାଡି ଦେଇଛନ୍ତି । ଶୁଣି ଆଶ୍ଚର୍ଯ୍ୟ ହେବେ, ଏବେ ମେଡିଙ୍କ ମାସିକ ଆୟ ୯୬ ଲକ୍ଷ ଟଙ୍କା ।

ମେଡିଙ୍କ କହିବା ଅନୁଯାୟୀ, ସେ ଜଣେ କଣ୍ଟେଣ୍ଟ କ୍ରିଏଟର ଯାହାଙ୍କୁ ବ୍ରାଣ୍ଡରୁ ଟଙ୍କା ମିଳେ । ସେ ସୋସିଆଲ ମିଡିଆ ହାଣ୍ଡଲରେ ଏହାକୁ ଶେୟାର କରନ୍ତି । ମେଡିଙ୍କ କହିବା ଅନୁଯାୟୀ, ଏହି କାମ ଇନ୍ଫ୍ଲୁଏନ୍ସିଂଠାରୁ ସମ୍ପୂର୍ଣ୍ଣ ଅଲଗା । କାରଣ ବ୍ରାଣ୍ଡ ଇନଫ୍ଲୁଏନ୍ସ ପାଇଁ ଆପଣଙ୍କୁ ଟଙ୍କା ଦେଇ ନ ଥାଏ । ବରଂ ସେ ଆପଣଙ୍କ ସ୍କିଲ ଦେଖିଥାଏ । ଏଥିପାଇଁ କେବଳ ଫଲୋଅର୍ସର ଆବଶ୍ୟକତା ନାହିଁ । ମେଡି ୮ ମାସତଳେ ପ୍ରଥମେ ଏହି କାମ ଆରମ୍ଭ କରିଥିଲେ । ଏହା ଉପରେ ସେ କିଛି ଦିନ ପଢାପଢି ବି କରିଥିଲେ । ଏଥିରୁ ସେ କଣ୍ଟେଣ୍ଟ ପୋର୍ଟଫୋଲିଓ କେମିତି କରିବେ ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ  ।

ମେଡି କହିଛନ୍ତି, ସେ ଏକ ଚାର୍ଜ ଷ୍ଟ୍ରକ୍ଚର ତିଆରି କରିଥିଲେ  । ଟ୍ୱିଟର ଏବଂ ଟିକଟକରେ ତାଙ୍କର ମାର୍ମେଟିଂ ଆରମ୍ଭ କରିଥିଲେ । ୩ ସପ୍ତାହ ପରେ ତାଙ୍କୁ ପ୍ରଥମ କ୍ଲାଏଣ୍ଟ ମିଳିଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେ ତାଙ୍କ କାମର ପ୍ରଥମ ମାସରେ ୪ ଲକ୍ଷ ଟଙ୍କା ଉପାର୍ଜନ କରିଥିଲେ । ଏଥିପାଇଁ ସେ ତାଙ୍କର କଲେଜ ଶିକ୍ଷା ବି ଛାଡି ଦେଇଥିଲେ । ଏହି କାମ ପାଇଁ ପୁରା ସମୟ ଦେଇଥିଲେ ମାସରେ ୩୦ଟି ଭିଡିଓ କରି ସେ ଭଲ ଅର୍ଥ ରୋଜଗାର କରୁଛନ୍ତି । ୧୫ରୁ ୩୦ ସେକେଣ୍ଡର ପୋଷ୍ଟ ପାଇଁ ୨୧ ହଜାର ଟଙ୍କା ମିଳୁଛି । ଟିକଟକରେ ଭିଡିଓକୁ ଭଲ ରେସପନ୍ସ ମିଳୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.