Latest Odisha News

BREAKING NEWS

ବରଫ ଦେଶରେ ମରୁଭୂମି ଜାହାଜ; ଖୁସିରେ କୁଦି କୁଦି ନାଚିଲା ଓଟ

ଇନଷ୍ଟାଗ୍ରାମରେ ସେୟାର, ଲାଇକ୍ ଓ କମେଣ୍ଟ ବଢୁଛି

ନୂଆଦିଲ୍ଲୀ : ଓଟକୁ କେବେ ବରଫାଞ୍ଚଳରେ ଦେଖିଛନ୍ତି କି ? ଏହି ପ୍ରଶ୍ନରେ ସମସ୍ତେ କହିବେ ‘ନା’ । ଆମେ ସାଧାରଣତଃ ଓଟକୁ ମରୁଭୂମିରେ ଦେଖିଥାଉ । ଓଟକୁ ମରୁଭୂମିର ଜାହାଜ ବୋଲି ବି କୁହାଯାଏ । ତେଣୁ ବରଫ ଦେଶରେ ଓଟ କେଉଁଠୁ ଆସିବ ବୋଲି ମନକୁ ହଠାତ୍ ଆସିବ । କିନ୍ତୁ ଇନଷ୍ଟାଗ୍ରାମର ଏକ ଭିଡିଓରେ ଦେଖିବାକୁ ମିଳିଛିଯେ ବରଫ ଦେଶରେ ମରୁଭୂମିର ଜାହାଜ ।
ଓଟର ମାଲିକ ରାଞ୍ଚୋ ଗ୍ରାଣ୍ଡେ ‘ଆଲବର୍ଟ’ ନାମକ ଓଟର ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ପ୍ରଥମ ଥର ପାଇଁ ବରଫ ଦେଖି ନାଚି ଉଠୁଛି ଆଲବର୍ଟ । ବରଫାଞ୍ଚଳଟି ଫାର୍ମ ଓ ପଶୁ ଅଭୟାରଣ୍ୟ । ବରଫ ଦେଖି ଖୁବ୍ ଖୁସି ହୋଇଯାଉଛି ସେ ଓ କୁଦି କୁଦି ନିଜର ଖୁସି ଜାହିର କରୁଛି । ଏପଟ ସେପଟ ହୋଇ ଦୌଡ଼ି ବୁଲୁଛି ।

ଆଲବର୍ଟ ଆଗରେ ରହିଥିବାବେଳେ ତାକୁ ଫଲୋ କରି କିଛି ଛେଳି ମଧ୍ୟ ଚାଲୁଥିବା, ଦୌଡୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି । ଆଲବର୍ଟ ଛେଳିମାନଙ୍କୁ ନିଜ ପସନ୍ଦ ଜାଗା ଗୁଡିକ ଆଡ଼କୁ ବାଟ କଢାଇ ନେଉଛି ।

ଆଲବର୍ଟର ମାଲିକ ରାଞ୍ଚୋ ଏହି ଭିଡିଓକୁ ଟିକ୍ ଟକ୍ ରେ ବି ପୋଷ୍ଟ କରିଥିଲେ । ସେଥିରେ ଖୁବ୍ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଇନଷ୍ଟାରେ ଭିଡିଓଟିକୁ ଖୁବ୍ ଲାଇକ୍, ସେୟାର କରାଯାଉଛି ।

 

View this post on Instagram

 

A post shared by Rancho Grande (@ranchogrande_ojai)

Leave A Reply

Your email address will not be published.