ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗରରେ ବୁଧବାର ସନ୍ଧ୍ୟାରେ ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ସୌଦାମିନୀ ରଥ ଅନେକ ଏନଜିଓ ସହ ଜଡିତ ଥିଲେ ଏବଂ ଏଡସ୍ ଆକ୍ରାନ୍ତଙ୍କ ସମେତ ଶିଶୁମାନଙ୍କ କଲ୍ୟାଣ ପାଇଁ କାମ କରିଥିଲେ। ସେ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ପଛପଟୁ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଥିବା ସୂଚନା ରହିଛି।
ପୁଲିସ ସନ୍ଦେହରେ ମୃତକଙ୍କ ଡ୍ରାଇଭରକୁ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତା କିମ୍ବା ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି।
Comments are closed.